୭୦ ଫୁଟର ଘାଇ, ନଦୀରେ ଭାସିଗଲା ୫ଟି ଦୋକାନ

ମାହାଙ୍ଗା ୨୯।୧୦: ପଟ୍ଟାମୁଣ୍ଡାଇ କେନାଲରେ ୭୦ ଫୁଟର ଘାଇ। କଟକ ଜିଲ୍ଲା ମାହାଙ୍ଗା ଦେଇ ଯାଇଥିବା ଜଗତପୁର ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱର ଠାରେ ୭୦ ଫୁଟ ରୁ  ଉର୍ଦ୍ଧ ଘାଇ ହୋଇଛି। ଏହି ଘାଇ ଯୋଗୁଁ ସେଠାରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଘାଇ ଯୋଗୁଁ ୫ଟି ଦୋକାନ ଘର ବିରୂପା ନଦୀକୁ ଭାସି ଯାଇଛି। ତେବେ ଏ ଘାଇ ହେବା ଫଳରେ ଭେଡ଼ା କୁଆଁପାଳ ପୂର୍ତ୍ତ ସଡ଼କ ସମ୍ପୂର୍ଣ୍ଣ ଭାଙ୍ଗି  ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଏହି ଘାଇକୁ ନେଇ ଭୟରେ ଅଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ l ତୁରନ୍ତ ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ରୋକିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ l

Spread the love