ଟଙ୍କା ଭର୍ତ୍ତି ୪ଟି କାର ଏବଂ ହେଲିକପ୍ଟର ନେଇ କାବୁଲରୁ ଫେରାର ହେଲେ ରାଷ୍ଟ୍ରପତି ଘନି: ରିପୋର୍ଟ

କାବୁଲ୍‌ ୧୬/୦୮: ତାଲିବାନ ଭୟରେ ଦେଶ ଛାଡ଼ି ପଳାଇଥିବା ରାଷ୍ଟ୍ରପତି ଅଶରଫ ଘନିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘନି ୪ଟି ଟଙ୍କା ଭର୍ତ୍ତି କାର ଏବଂ ହେଲିକପ୍ଟର ନେଇ କାବୁଲରୁ ଫେରାର ହୋଇଯାଇଥିବା କୁହାଯାଉଛି। ନ୍ୟୁଜ ଏଜେନ୍ସି ରୟଟର୍ସ ଏନେଇ ନିଜ ରିପୋର୍ଟରେ ଦାବି କରିଛି ।

ରୁଷ ନ୍ୟୁଜ୍‌ ଏଜେନ୍ସି ଆରଆଇଏ  ଏବଂ କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ରୟଟର୍ସ ଦାବି କରିଛି, ଅଶରଫ ଘନିଙ୍କୁ କିଛି ଟଙ୍କା ଛାଡ଼ି ଯିବାକୁ ପଡ଼ିଲା। କାରଣ ଟଙ୍କା ନେବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଜାଗା ନଥିଲା ।

କାବୁଲରେ ଥିବା ରୁଷ ଦୂତାବାସର ପ୍ରବକ୍ତା ନିକିତା ଇନଶ୍ଚେନକୋ  କହିଛନ୍ତି, ‘ଚରୋଟି କାରରେ ଟଙ୍କା ଭର୍ତ୍ତି ହୋଇଥିଲା। ଏହା ପରେ ସେ କିଛି ଟଙ୍କା ହେଲିକପ୍ଟର​‌ରେ ରଖିଥିଲେ। ଏହା ପରେ ମଧ୍ୟ ସେ ସବୁ ଟଙ୍କା ରଖିପାରିନଥିଲେ। ବାକି ଟଙ୍କା ଛାଡ଼ି ଚାଲିଗଲେ।’ ଜଣେ ଦେଖଣାହାରୀଙ୍କ ପାଖରୁ ଏନେଇ ଜାଣିବାକୁ ପାଇଛନ୍ତି ବୋଲି ରୁଷ ଦୂତାବାସ ମୁଖପାତ୍ର କହିଛନ୍ତି ।

Spread the love