ଭୂତ ସଭାପତିଙ୍କର ଥିଲେ ୩ ପତ୍ନୀ

ଭୂତ ସଭାପତିଙ୍କ ୩ ପତ୍ନୀ। ଗିରଫ ପରେ ଖୋଲୁଛି ୪ଲକ୍ଷ ୨ ଭୂତଙ୍କ ସଭାପତି ବିପିନ ରାଉତରାୟଙ୍କ ଗୁମର। ୩ ପତ୍ନୀଙ୍କ ପତି ଥିଲେ ଏହି ତଥାକଥିତ ଭୂତ ସଭାପତି। ଖାଲି ସେତିକି ନୁହେଁ ବିପିନ ଜଣେ ଭଣ୍ଡ ସାଧକ ଥିଲେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ ଓ ପଡ଼ୋଶୀ। ଏଥିସହ ସେ ଜଣେ ଅପରାଧୀ ମଧ୍ୟ ଥିଲେ। ନିଜର ସମ୍ପର୍କୀୟଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ବିପିନ। କିଛି ଦିନ ହେଲା ନିଜକୁ ଭୂତଙ୍କ ସଭାପତି କହି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ ବିପିନ।
ସେ ମାଟ୍ରିକ ପଢିନଥିଲେ ବି ପାଲଟିଥିଲେ ବଡ଼ ଜ୍ୟୋତିଷ। କେତବେଳେ ନିଜକୁ ଜ୍ୟୋତିଷ ତ ଆଉ କେତେବେଳେ ବଗଳାମୁଖୀ ସାଧକ ବୋଲି ପରିଚୟ ଦେଇଥାନ୍ତି। ବିପିନ ପ୍ରଥମେ ଗାଁରେ ହାତ ଦେଖୁଥିଲେ। ପରେ ଭୁବନେଶ୍ୱର ରାସ୍ତାଘାଟରେ ବସି ବେପାର ଆରମ୍ଭ କରିଦେଲେ। ନିଜକୁ ଜଣେ ବଡ଼ ଜ୍ୟୋତିଷ କହି ଅନେକ ନେତା, ଅଫିସର ଓ ବଡ଼ ବଡ଼ିଆଙ୍କୁ ଚକ୍‌ମା ଦେଖାଇଛନ୍ତି। ଏକ ନିର୍ଦ୍ଦିିର୍ଷ୍ଟ ବ୍ୟକ୍ତିଙ୍କ ପ୍ରେତାତ୍ମା ଆସି ତାଙ୍କୁ ସାହାଯ୍ୟ ମାଗିବା କହି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ । ବିପିନଙ୍କ ନାଁରେ ଜିଆର ୫୧/୨୦୧୩, ଜିଆର ୬୦୯/୨୦୧୬ ଭଳି ୩ଟି ୱାରେଣ୍ଟ ରହିଥିଲା । ଗତକାଲି ବିପିନ ଅପରାହ୍ନରେ ନନ୍ଦପୁର ଆସିଥିବାବେଳେ ପୋଲିସ ତାଙ୍କୁ ସେଠାରୁ ଗିରଫ କରିଥିବା ଥାନା ଅଧିକାରୀ ବିଦିତା ନାୟକ ସୂଚନା ଦେଇଛନ୍ତି ।

Spread the love