ଘୁନସର କଲେଜ : ଛାତ୍ର ଜୀବନରେ ଶୃଙ୍ଖଳିତ ହେବାର ଆବଶ୍ୟକତା ରହିଛି

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଞ୍ଚାୟତ ଯୁକ୍ତ ତିନି କଲେଜ ରେ ଆଜି ନବାଗତ ଛାତ୍ରଛାତ୍ରୀ ଙ୍କୁ ଶେଷ ବର୍ଷର ଛାତ୍ର ଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ମହାଆଡ଼ମ୍ବରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରିୟଙ୍କା ସାହୁ ଓ ଖୁଲଣ। ସୁନ୍ଦରୀ ସାହୁ ସ୍ୱାଗତ ସମ୍ବର୍ଦ୍ଧନା ସଙ୍ଗୀତ ଗାନ କରିଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ମା ସ୍ୱରସ୍ଵତୀ ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ବେଳେ ଦିପପ୍ରଜ୍ଵଳରେ ବବ୍ଲୁ ରଣା ମନ୍ତ୍ର ପାଠ କରିଥିଲେ।ସମ୍ବିତ ରଣା ଓ ଟିଟି ରଣା ମଞ୍ଚ ପରିଚାଳନା କରି ଥିବା ବେଳେ କଲେଜ ର ଅଧ୍ୟକ୍ଷ ଧନଞ୍ଜୟ ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠ,,କମିଟି ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମପତି ଗହୀର,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାନୁ ଶଙ୍କର ବାଗ,ମାଧବ ସାହୁ,ଅବସରପ୍ରାପ୍ତ ସୈନିକ ବିଷ୍ଣୁ ପ୍ରସାଦ ନାଏକ,ଚମ୍ପୁ ସେଠ, ଭାଗରଥୀ ରଣା,ଜଳନ୍ଦର ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ମହେଶ କୁମାର କର୍ମୀ ସଭା ପରିଚାଳନା କରିଥିଲେ।କଲେଜ ଅଧ୍ୟାପିକା ନମିତା ବାଗ,ପ୍ରମୋଦ ନାଏକ,ସମନ ସୁନା,ଦଳ ଗୋବିନ୍ଦ ମହହୀରା,ଉମାକାନ୍ତ ସାହୁ,ଶାମୁକା ରଣା,ଦଳ ଗୋବିନ୍ଦ ରଣା ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ରଜନୀ ରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love