ମଗଜ ଲଡୁକୁ ମିଳିବ ଜିଆଇ ଟ୍ୟାଗ

ଢ଼େଙ୍କାନାଳର ନିଜସ୍ଵ ମିଠା ମଗଜିକୁ ଜିଆଇ ଟ୍ୟାଗ ମିଳିବା ନେଇ ବଢିଲା ଆଶା । ମଗଜିକୁ ଜିଆଈ ଟ୍ୟାଗ ମିଳିବା ନେଇ ଢ଼େଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଓ ଓୟୁଏଟି ଭୁବନେଶ୍ୱର ପକ୍ଷରୁ ଆବେଦନ କରାଯାଇଥିଲା । ଗତ ଛଅ ତାରିଖ ଦିନ ଏନେଇ ଏକ ବିଶେଷଜ୍ଞ ଟିମ୍ ବୈଠକ ହୋଇଥିଲା । ସମସ୍ତଙ୍କ ଉପସ୍ଥିତି ଢ଼େଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟଡ଼ ବିମଳେନ୍ଦୁ ମହାନ୍ତି ମଗଜି ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ରେଜିଷ୍ଟ୍ରି ଅଥରିଟୀ ଏଥିରେ ସନୁଷ୍ଟି ଲାଭ କରିବା ସହ ଆଉ ଅଧିକ ତଥ୍ୟ ପ୍ରମାଣ ଦେବା ପାଇଁ କହିଥିଲେ ବୋଲି ଡ଼ ମହାନ୍ତି କହିଛନ୍ତି । ଆଗାମୀ ଦିନରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆହୁରି ବଳିଷ୍ଠ ପ୍ରମାଣ ଦିଆଯିବ ଓ ଖୁବ ଶୀଘ୍ର ମଗଜିକୁ ଯିଆଈ ଟ୍ୟାଗ ମିଳିବାର ସମ୍ଭାବନା ଥିବାର ଡ଼. ମହାନ୍ତି କହିଛନ୍ତି ।

Spread the love