୪୪ବର୍ଷୀୟ ମହିଳା ନିଜର ୨୯ ବର୍ଷର ବୟଫ୍ରେଣ୍ଡକୁ ଦେଲେ ଦାମୀ ଉପହାର

ନୂଆଦିଲ୍ଲୀ ୧୨।୧୨ : କୁହାଯାଏ କି ‘ପ୍ରେମ ଅନ୍ଧ’। ପ୍ରେମରେ ଲୋକମାନେ ରଙ୍ଗ ,ବୟସ, ଜାତି ଗୋତ୍ର ଦେଖନ୍ତି ନାହିଁ । ପ୍ରେମ କେତେବେଳେ କାହା ସହ ହୁଏ ତାହା ଜଣାପଡେ ନାହିଁ । ଆମେରିକାର ଜଣେ ମହିଳାଙ୍କ ସହ ଠିକ୍‌ ସେହି ସମାନ ଘଟଣା ଘଟିଛି, ଯିଏ ୪୪ବର୍ଷ ବୟସ ହେବା ପରେ ମଧ୍ୟ ପ୍ରେମ କରୁଛନ୍ତି । ହେଲେ ସେ ଯାହାକୁ ଭଲ ପାଉଛନ୍ତି ସେହି ଯୁବକଙ୍କ ଜଣଙ୍କ ୨୯ ବର୍ଷ । କିନ୍ତୁ ଯୁକ ଜଣଙ୍କୁ ଏହି ପ୍ରେମରେ ବହୁତ ଫାଇଦା ମିଳୁଛି । ଏହାର କାରଣ ହେଉଛି, ମହିଳା ତାଙ୍କ ଉପରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ଲୋକମାନେ ମହିଳାଙ୍କୁ ‘ସୁଗାର ମମ୍‌’ ଏବଂ ଯବକଙ୍କୁ ‘ଟୟ ବଏ’ ବୋଲି କହୁଛନ୍ତି ।

ତେବେ ଗଣମାଧ୍ୟମ ସୂଚନା ଅନୁଯାୟୀ ଆମେରିକାରେ ରହୁଥିବା ଏହି ୪୪ ବର୍ଷୀୟ ଜୁଲିଙ୍କୁ କମ୍‌ ବୟସର ଯୁବକ ବହୁତ ପସନ୍ଦ । ସେଥିପାଇଁ ସେ ତାଙ୍କ ସହ ସମ୍ପର୍କ ରଖିବାକୁ ବହୁତ ଆଗ୍ରହ ଥାନ୍ତି । ଗତ ବର୍ଷ ଜୁଲି ୨୯ ବର୍ଷୀୟ ଯୁବକ ଜ୍ୟାକ୍‌ଙ୍କ ସହ ଏକ ଡେଟିଂ ଆପରେ ଭେଟିଥିଲେ। ସେବେଠାରୁ ଉଭୟ ଏକ ସମ୍ପର୍କ ବଢିବାରେ ଲାଗିଲା । କିନ୍ତୁ ଜୁଲିଙ୍କ ଦୁଇ ପୁଅଙ୍କ ଠାରୁ ଜ୍ୟାକ୍ ମାତ୍ର କିଛି ବର୍ଷ ବଡ ଅଟନ୍ତି।

ଅନ୍ୟ ପଟେ ଜ୍ୟାକ୍ ତାଙ୍କ ଖର୍ଚ୍ଚ ଏବଂ ମହଙ୍ଗା ଜୀବନ ଅତିବାହିତ କରିବାକୁ ବହୁତ ଟଙ୍କା ମଧ୍ୟ ମିଳି ଯାଉଛି । ଜୁଲି ତାଙ୍କୁ ବହୁତ ମହଙ୍ଗା ଉପହାର ଦେଉଛନ୍ତି । ଖବର ଅନୁଯାୟୀ, ଦୁହେଁ ନିକଟରେ ବାହାମାସରେ ଛୁଟି କାଟିବାକୁ ଯାଇଥିଲେ। ବର୍ତ୍ତମାନ ଖୁବ୍ ଦୁହେଁ ପୁଣି ଥରେ ବ୍ରାଜିଲରେ ଛୁଟିରେ ଯିବାକୁ ଯିବେ । ଜୁଲି କହିଛନ୍ତି ଯେ ଏହି ଖ୍ରୀଷ୍ଟମାସ ପାଇଁ ଜ୍ୟାକ୍ ତାଙ୍କୁ ଏକ ସ୍ପୋର୍ଟସ୍ କାର୍ କିମ୍ବା ଏସୟୁଭି ସୁପାରିଶ କରିଥିଲେ । ତେଣୁ ସେ ଉକ୍ତ ବ୍ୟକ୍ତିଙ୍କୁ ୧୫ ଲକ୍ଷ ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି। ସେ ତାଙ୍କ ପ୍ରେମିକଙ୍କୁ ଡିସେମ୍ବର ୨୫ରେ ଏକ ରେଞ୍ଜ ରୋଭର କାର ଗିଫ୍ଟ ଦେବାକୁ ଯାଉଛନ୍ତି । ଜୁଲି କହିଛନ୍ତି ଯେ ଟିକଟକ୍ ଏବଂ ଓନଲିଫ୍ୟାନ୍ସରେ ଆଡଲ୍ଟ ଭିଡିଓ ଏବଂ ଫଟୋ ପୋଷ୍ଟ କରି ମାସରେ ୨୯ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଏହା ବ୍ୟତୀତ ତାଙ୍କ ପୁଅମାନଙ୍କ ପାଇଁ ସେ ସ୍ପୋର୍ଟସ୍ କାର୍ ମଧ୍ୟ କିଣିଛନ୍ତି । ଜୁଲିଙ୍କ ନିଜ ସମାଜ ସେବା ମଧ୍ୟ କରନ୍ତି ।ସେ  ଅନେକ ଗରିବଙ୍କୁ ଟଙ୍କା ଦାନ ମଧ୍ୟ କରନ୍ତି ।

Spread the love