ସୀମାରେ ଅଶାନ୍ତି ସୃଷ୍ଟି କରିବାପାଇଁ ମିଳୁଥିଲା 8 ଲକ୍ଷ

ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ସେଠାକାର ବିଛନ୍ନତାବାଦୀ ନେତାଙ୍କ ମଧ୍ୟରେ ଭାଳେଣି ପଡିଛି । ପରସ୍ପର ପ୍ରତି ଏବେ ଦୋଷାରୋପ  କରିବାରେ ଲାଗିଛନ୍ତି । ଏକ ବଡ ଖୋଲାସା ଏବେ ସାମ୍ନାକୁ ଆସିଛି । ଜମ୍ମୁ-କଶ୍ମୀରର ଜଣେ ବଡ ଅଲଗାବାଦୀନେତା  ହୁରିୟତ ଲିଡର ସେୟଦ ଅଲ୍ଲୀ ସାହା ଗିଲାନୀ ବିଷୟରେ ସାଂଘାତିକ ତଥ୍ୟ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଗିଲାନୀଙ୍କ ସୀମାରେ ଆଶାନ୍ତି ସୃଷ୍ଟି କରିବା  ପାଇଁ ମାସକୁ 6-8ଲକ୍ଷ ଟଙ୍କା   ସିକ୍ରେଟ ଫଣ୍ଡ ମିଳୁଥିଲା ।

ଇକୋମିକ୍ସ ଟାଇମସ୍ କୁ ନିଜ ନାମ ଗୋପନ ରଖି ଅଲଗାବାଦୀ ନେତା ଜଣକ ଏହି ସୂଚନା ଦେଇଛନ୍ତି । ଟଙ୍କା ମିଳି ସାରିବା ପରେ ସେ  ତଥ୍ୟକୁ ନଷ୍ଟ କରିଦେଉଥିଲେ । ଇକୋମିକ୍ସ ଟାଇମସ୍ ମୁତାବକ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ମାଜିଷ୍ଟ୍ରେଟଙ୍କ ନିକଟରେ ଆରପିସି ଧାରା 164 ଅନୁସାରେ ମାମଲା ରୁଜୁ ହୋଇଛି । ଏହାପରେ ଜାଞ୍ଚ ଏଜେନ୍ସି ଆଇଏନଏ ଆତଙ୍କି ଫଣ୍ଡିଂ ଏବେ ଭାରତ ବିରୋଧରେ ଯୁଦ୍ଧ ଷଡଯନ୍ତ୍ର କରିବା ଅଭିଯୋଗରେ ଗିରଫ କରାଯାଇଛି ।

Spread the love