ନାବାଳିକାକୁ ଜଙ୍ଗଲରେ ଦୁଷ୍କର୍ମ ଅଭିଯୋଗ

ଦାରିଙ୍ଗିବାଡି, ୧୭/୦୬:  କନ୍ଧମାଳ ଜିଲ୍ଲା  ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି । ଏହାସହ  ଅଭିଯୁକ୍ତକୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି। ଗିରଫ ଯୁବକ ଜଣକ ହେଲେ କଲିଙ୍ଗ(ସୁଲୁମାହା) ଗ୍ରାମର ବିନୟ ଛାଟିଆ (୨୦) ।

ସୂଚନା ଅନୁଯାୟୀ, ଗତ ୧୨ ତାରିଖ ସନ୍ଧ୍ୟା  ୮ଟା ବେଳେ ନାବାଳିକା ଜଣକ ପରିସ୍ରା କରିବାକୁ ବାହାରକୁ ଆସିଥିବା ସମୟରେ ବିନୟ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ବଳ ପୂର୍ବକ ଟେକିନେଇଥିଲା । ଏହାସହ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ।  ଫଳରେ ପୀଡ଼ିତା ଜଣକ ଭୟଭୀତ ହୋଇ ପ୍ରଥମେ କାହାରିକୁ ଜଣେଇ ନଥିଲେ ।

କିନ୍ତୁ ପରେ  ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ  ଜଣାଇବା ପରେ ପରିବାର ଲୋକେ ଏ ନେଇ ୧୪ ତାରିଖ ଦିନ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲେ। ବ୍ରାହ୍ମଣୀଗାଁ ପୋଲିସ ଅଭିଯୋଗକୁ ଭିତ୍ତି କରି ୫୦/୨୧ରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ବିନୟକୁ ଗିରଫ କରି ପୋକ୍ସୋ ଆକ୍ଟ ଅନୁଯାୟୀ ବୁଧବାର ଦିନ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଦଶରଥ ହେମ୍ବ୍ରମ୍ ପ୍ରକାଶ କରିଛନ୍ତି।

Spread the love