ଚଳନ୍ତା ସ୍କୁଟିରେ ଭିଡିଓ ସୁଟିଂ ବେଳେ ଜଣେ ଯୁବତୀର ମୃତ୍ୟୁ

ମହାକାଳପଡ଼ା : ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ଧନିଆପଡ଼ା ଗ୍ରାମର ଜଣେ ଯୁବତୀ ଚଳନ୍ତା ସ୍କୁଟିରେ ଭିଡିଓ ସୁଟିଂ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଧନିଆପଡ଼ା ଗ୍ରାମର ଯୁବତୀ ଶନିବାର ସ୍କୁଟି ଯୋଗେ ପିଉସୀ ପୁଅ ଭାଇକୁ ସାଙ୍ଗରେ ନେଇ ଜଗତସିଂହପୁର ଜିଲ୍ଲା ମହାବୀର ଦର୍ଶନ ନିମନ୍ତେ ଯାଇଥିଲେ। ସ୍କୁଟି ଚଳାଇବା ସମୟରେ ଭିଡିଓ ରେକର୍ଡିଂ କରି ଚାଲିଥିବା ସମୟରେ ଚଟୁଆ ଗ୍ରାମ ନିକଟରେ ସମ୍ମୁଖରୁ ଆସୁଥିବା ଏକ ମ୍ୟାଜିକ ଗାଡ଼ି ସହିତ ଧକ୍‍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ କଟକ ନିଆଯାଇଥିବାବେଳେ ଯୁବତୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

Spread the love