ପ୍ରତାଡିତ ହିନ୍ଦୁଙ୍କ ଶରଣସ୍ଥଳୀ ହେବ ଭାରତ

ନାଗରିକତା ସଂଶୋଧନ ବିଧେୟକ, 2019ରେ କେବଳ ଅଣ-ମୁସଲମାନ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବାର ପ୍ରାବଧାନ ଉପରେ ବିଜେପି ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ବିହାର ବକ୍ସରରୁ ପାର୍ଟିର ସାଂସଦ ଅଶ୍ୱିନୀ ଚୌବେ ବିଲର ବିରୋଧ କରୁଥିବା କଂଗ୍ରେସକୁ ଜିନ୍ନାଙ୍କ ଅନୁଶରଣକାରୀ କହିଛନ୍ତି । ସେହିପରି ବିହାରର ବେଗୁସରାୟରୁ ସାଂସଦ ଗିରିରାଜ ସିଂହ କହିଛନ୍ତି ଯେ ଏହି ବିଲ କାହା ସହ ଭେଦଭାବ କରୁନି, ବରଂ ପଡୋଶୀ ଦେଶରେ ପ୍ରତାଡିତ ହେଉଥିବା ଅଳ୍ପସଂଖ୍ୟକ ସମୁଦାୟ ପାଇଁ ଭାରତକୁ ଶରଣସ୍ଥଳୀ କରିବା ପ୍ରୟାସ । ଅନ୍ୟପଟେ କେନ୍ଦ୍ର ଅଳ୍ପସଂଖ୍ୟକ କଲ୍ୟାଣ ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ ଏହି ବିଲ ମାଧ୍ୟମରେ ଧାର୍ମିକ ଏଜେଣ୍ଡାକୁ ଟାର୍ଗେଟ କରୁଥିବା ଅଭିଯୋଗକୁ ଖଣ୍ଡନ କରି ପାକିସ୍ତାନ ଏବଂ ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବା କଥା କହିଥିଲେ ।

ବିଜେପି ସାଂସଦ ଚୌବେ ବିଲକୁ କଂଗ୍ରେସର ବିରୋଧ ଉପରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଆପଣ ଜିନ୍ନାକୁ ମାନିଥିଲେ । ଆପଣ ସେହି କାମ କରୁଥିଲେ । ଆମେ ଜିନ୍ନାକୁ ଅନୁଶରଣ କରିବା ଲୋକ ନୁହଁ, ଆମେ ମୂଳରୁ ଗାନ୍ଧୀବାଦୀ । ବିଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଏଠାରେ କୌଣସି ସ୍ଥାନ ନାହିଁ ।

ସେହିପରି କେନ୍ଦ୍ର ଅଳ୍ପସଂଖ୍ୟକ ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ କହିଛନ୍ତି ନାଗରିକତା ସଂଶୋଧନ ବିଧେୟକକୁ ମାନବତାର ଦୃଷ୍ଟିରୁ ଦେଖିବା ଦରକାର । ସେ କହିଛନ୍ତି, ସିଟିଜେନସିପ ବିଲ ପଛରେ ଏକ ଐତିହାସିକ ସତ ରହିଛି ଯାହାକୁ ଅଣଦେଖା କାରାଯାଇ ପାରିବନି । ଯେତେବେଳେ ଏହି ଦେଶର ବିଭାଜନ ହୋଇଥିଲା ସେତେବେଳେ ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟା 24 ପ୍ରତିଶତ ଥିଲା ଆଜି ଏହା ହ୍ରାସ ହୋଇ 2 ପ୍ରତିଶତ ହୋଇଛି । ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ଉପରେ ଯେଉଁପରି ଭାବେ ବଡ ସ୍ତରରେ ଅତ୍ୟାଚାର ହୋଇଛି, ତାଙ୍କର ହତ୍ୟା ହୋଇଛି, ତାଙ୍କର ଧର୍ମ ପରିବର୍ତ୍ତନ ହୋଇଛି, ସେଥିରେ ସେମାନେ ସମ୍ପର୍ଣ୍ଣ ରୁପେ ଅସହାୟ ହୋଇଥିଲେ । ଯଦି ସେମାନଙ୍କୁ ଏଠାରେ ଆମେ ସାହାଯ୍ୟ କରୁଛୁ ତେବେ ଏହାକୁ ମାନବତା ଆଧାରରେ ଦେଖିବାକୁ ପଡିବ ।

Spread the love