ଗୋଆର ସାଓ ଜାସିଣ୍ଟୋ ଦ୍ଵୀପରେ ତ୍ରିରଙ୍ଗା ଉଡାଇବାକୁ ବିରୋଧ

ପାଣାଜି : ସ୍ଵାଧୀନତାର ଅମୃତ ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ଗୋଆରୁ ଆସିଛି ଚିନ୍ତାଜନକ ଖବର। ରାଜ୍ୟର ସାଓ ଜାସିଣ୍ଟୋ ଦ୍ଵୀପର ବାସିନ୍ଦା ନୌସେନା ଦ୍ଵାରା ସେଠାରେ ପତାକା ଉତ୍ତୋଳନ ଓ ଉତ୍ସବ ପାଳନକୁ ବିରୋଧ କରିଛନ୍ତି। ଏହା ପରେ ଗୋଆ ନୌସେନା ଅଞ୍ଚଳର ଅଧିକାରୀ ଶୁକ୍ରବାର ସେଠାରେ କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ ନିର୍ଣ୍ଣୟ ନେଇଛନ୍ତି।

ସମଗ୍ର ଦେଶରେ ଅଗଷ୍ଟ ୧୫ରେ ହର୍ଷୋଲ୍ଲାସର ସହ ସ୍ଵାଧୀନତା ଦିବସ ପାଳନ କରାଯାଏ। ନୌସେନା ମଧ୍ୟ ଏଥର ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ ସମଗ୍ର ଦେଶର ଦ୍ଵୀପରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇବାର ଯୋଜନା କରିଛି। ମାତ୍ର ଗୋଆ  ଜାସିଣ୍ଟୋ ଦ୍ଵୀପରେ ବିରୋଧ କାରଣରୁ ନୌସେନାକୁ ବାଧ୍ୟ ହୋଇ ସେଠାରେ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ପଡିଛି।ଗୋଆର ଉକ୍ତ ଦ୍ଵୀପରେ ତ୍ରିରଙ୍ଗା ଉଡାଇବାକୁ ବିରୋଧ କରାଯିବାରୁ ସାମାଜିକ ଗଣମାଧ୍ୟମରେ ଲୋକେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୟୁଜର୍ସଙ୍କ କହିବା କଥା ସମଗ୍ର ଦେଶରେ ତ୍ରିରଙ୍ଗା ଉଡାଇଯିବା ଉଚିତ୍। କାହାରିକୁ ବିରୋଧ କରିବାର ଅଧିକାର ନାହିଁ।

Spread the love