୫୭ ବର୍ଷ ବୟସରେ ପତ୍ନୀଙ୍କୁ ଦାମୀ ଉପହାର ଦେଲେ ଗୋବିନ୍ଦା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ ୨୫/୧୦ : ଅକ୍ଟୋବର ୨୪ ତାରିଖ, ଗୁରୁବାର ଦିନ କରୱାଚୌଥ ଥିଲା। ବଲିଉଡ ସେଲିବ୍ରିଟି ଧୂମଧାମରେ କରୱାଚୌଥ ବ୍ରତ ପାଳନ କରିଛନ୍ତି। ଅଭିନେତା ଗୋବିନ୍ଦା ଓ ସୁନିତା ଆହୁଜାଙ୍କର କରୱାଚୌଥ ବ୍ରତ ପାଳନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସୁନିତା ନାଲି ଶାଢ଼ୀ ପିନ୍ଧି, ହାତରେ ଚୁଡ଼ି ଓ ମଥାରେ ସିନ୍ଦୁର ପିନ୍ଧି ସୁନ୍ଦର ଦେଖାଯାଉଛନ୍ତି। ଗୋବିନ୍ଦା ମଧ୍ୟ ନାଲି ଓ ନୀଳ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି।

ପ୍ରତି ବର୍ଷ ଭଳି ଏଥର ମଧ୍ୟ ସୁନିତା ଆହୁଜା ବିଧି ବିଧାନ ଅନୁସାରେ ବ୍ରତ ଓ ପୂଜା କରିଛନ୍ତି। ଭାଇରାଲ ହେଉଥିବା ଫଟୋରେ ସୁନିତା ଗୋବିନ୍ଦାଙ୍କୁ ତିଳକ ଲଗାଇ ପୂଜା କରୁଥିବା ନଜର ଆସିଛନ୍ତି। ଗୋବିନ୍ଦା ମଧ୍ୟ କରୱାଚୌଥରେ ପତ୍ନୀଙ୍କୁ ଏକ ମହଙ୍ଗା ଉପହାର ଦେଇଛନ୍ତି। ଗୋବିନ୍ଦା ସୁନିତାଙ୍କୁ ଏକ ବ୍ରାଣ୍ଡ ନ୍ୟୁ ଦାମୀ କାର ଉପହାର ଦେଇଛନ୍ତି। ସରପ୍ରାଇଜ କାର ଦେଖି ସୁନିତା ବହୁତ ଖୁସି ହୋଇଯାଇଥିଲେ।

ଗୋବିନ୍ଦା ଓ ସୁନିତାଙ୍କ ଯୋଡି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ମଧ୍ୟରୁ ଗୋଟିଏ। ଦମ୍ପତିଙ୍କ କେମିଷ୍ଟ୍ରି ଓ ବଣ୍ଡିଙ୍ଗ ଲୋକଙ୍କୁ ବହୁତ ପସନ୍ଦ।

Spread the love