ଜାଣନ୍ତୁ ଭଗବାନଙ୍କ ଆଗରେ କାନ୍ଦିବା ଦ୍ୱାରା କଣ ଚମତ୍କାର ହୋଇଥାଏ

ଭଗବାନ ଶ୍ରୀ କୃଷ୍ଣ ଏବଂ ରାଧା ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇଥାନ୍ତି । ତାଙ୍କର ପ୍ରେମ କେବଳ ଆଜି ର ନୁହେଁ । ସେମାନେ ଅନାଦି କାଳ ରୁ ଭଲ ପାଇ ଆସିଛନ୍ତି। ଏହି ଲୀଳା ଗୁଡିକ କେବଳ ଆମକୁ ଖୁସି କରିବା ପାଇଁ ହୋଇଥାଏ। ଥରେ ଭଗବାନ ଶ୍ରୀ କୃଷ୍ଣ ମାଟି ଖାଇଥିଲେ । ସବୁ ସଖି ମାନେ ଆସି କହିଲେ ଯଶୋଦା ତୋ ପୁଅ ମାଟି ଖାଉଛି । ସେତେବେଳେ ମାତା ଆସି ପଚାରିଲେ କହ୍ନାଇ ତୁ ମାଟି ଖାଇଛୁ । କହ୍ନାଇ ମୁଣ୍ଡ ହଲେଇ ନା କହିଲେ । ମାତା କହିଲେ ତେବେ ମୁଁହ ଖୋଲ। ସିଏ ତାଙ୍କର ଛୋଟ ମୁଁହ ରେ ପୁରା ଦୁନିଆ କୁ ଦେଖେଇ ଦେଲେ । ଯିଏ ସମସ୍ତଙ୍କ ଠାରୁ ଲହୁଣୀ ଚୋରି କରି ପାରେ ସେ ତାର ଛୋଟ ପାଟି ରେ ପୁରା ଦୁନିଆ କୁ ମଧ୍ୟ ଦେଖାଇବାର ଶକ୍ତି ରଖିଥାଏ । ପରମାତ୍ମା କିଛି ବି କରି ଦେଇ ପାରନ୍ତି । କାଳେ ମାତା ସନ୍ଦେହ ନ କରନ୍ତୁ ସେଥିପାଇଁ ତାଙ୍କୁ ମୁଁହ ଖୋଲି ଦେଖାଇବାକୁ ପଡ଼ିଲା। ତେଣୁ ପରକ୍ଷିତ ପଚାରିଲେ କି ଭଗବାନ ମାତା ଯଶୋଦା ଏବଂ ନନ୍ଦ ରାଜା ଏମିତି କେଉଁ ପୁଣ୍ୟ କରିଛନ୍ତି ଯେ ଭଗବାନ ଶ୍ରୀ କୃଷ୍ଣ ତାଙ୍କ ପାଖରେ ଜନ୍ମ ନେଲେ ।

ଭଗବାନ କହିଲେ ଯେଉଁ ଭଗବାନ ପରମାତ୍ମା ଙ୍କୁ ଦେଖିବା ପାଇଁ ଲୋକମାନେ ଯୁଗ ଯୁଗ ଧରି ଅପେକ୍ଷା କରୁଛନ୍ତି ସେହିଠାରେ ଶ୍ରୀ କୃଷ୍ଣ ମାତା ଯଶୋଦା ଙ୍କ କୋଳ ରେ ବସି କ୍ଷୀର ଖାଉଛନ୍ତି । ତେବେ ମାତା ଯଶୋଦା କିଏ ଯାହା କୋଳ ରେ ବସି ସ୍ୱୟଂ ଭଗବାନ କ୍ଷୀର ଖାଉଛନ୍ତି । ତେବେ ମାତା ଯଶୋଦା ପୂର୍ବ ଜନ୍ମ ରେ ଧରା ଥିଲେ । ଧରା ତାଙ୍କର ପୂର୍ବ ଜନ୍ମ ରେ କେବଳ ଭଜନ କୀର୍ତ୍ତନ କରି ନିଜ ଜୀବନକୁ ବିତାଇ ଦେଲେ । ସେ ସଂସାର ର କୌଣସି ସୁଖ ସମୃଦ୍ଧି ଆଦି କିଛି ଚାହୁଁ ନ ଥିଲେ ସେ କେବଳ ନିଜକୁ ଭଗବାନ ଙ୍କ ପାଖରେ ସମର୍ପିତ କରିଦେଇଥିଲେ ।

କିଏ ବା ନିଜ ଜୀବନରେ ସଂସାର କରିବାକୁ ଚାହିଁ ନ ଥାଏ । କିଏ ସବୁ ପ୍ରକାର ସାଂସାରିକ ସୁଖ ରୁ ବର୍ଜିତ ହୋଇ ରହିଥାଏ । ମହା ମୁନି ନାରଦ ମଧ୍ୟ ପ୍ରେମ କରିଥିଲେ । ତାଙ୍କ ନାମ ଥିଲା ବିଶ୍ଵମୋହିନୀ । ନାରଦ ଭାବୁଥିଲେ କି ହଁ ମୁଁ ବି ବିବାହ କରିବି ଛୁଆ ପିଲା ହେବେ ମୁଁ ବି ଖୁସି ରେ ସଂସାର କରିବି । କିନ୍ତୁ ଭଗବାନ ଠିକ ଜାଣିଥିଲେ କି ଏହା ନାରଦ ଙ୍କ ପାଇଁ ଉପଯୁକ୍ତ ନୁହେଁ । ତେବେ ଭଗବାନ ତାଙ୍କୁ ମାଙ୍କଡ଼ କରି ପଠାଇଦେଲେ ।

ଏହା କରି ନାରଦ ଙ୍କର ଭଲ ହେଲା ନା ଖରାପ । ଏବେ ସେ କେତେ ଭଜନ କୀର୍ତ୍ତନ କରି ଆନନ୍ଦ ପାଉଛନ୍ତି ଆଉ ସଂସାର ଭିତରେ ଜଞ୍ଜାଳ ଭିତରେ ପସି ସେ କରିଥାନ୍ତେ କଣ । ତେବେ ନାରଦ ଙ୍କୁ ବି ପଛରେ ଜଣା ପଡିଲା କି ମୁଁ ଭୁଲ ରାସ୍ତା ରେ ଚାଲି ଯାଇଥିଲି । ତେବେ ସେ ପରେ ଜାଣିଲେ କି ଭଗବାନ ମତେ ଗୋଟେ ବଡ଼ ଅସୁବିଧା ରୁ ବଞ୍ଚାଇ ଦେଲେ । ତେଣୁ କରି ଆପଣଙ୍କୁ ଯାହା ମିଳି ଯାଉଛି ଆପଣଙ୍କ ଜୀବନରେ ତାକୁ ନେଇକି ଖୁସି ହୁଅନ୍ତୁ ଏବଂ ଯାହା ନ ମିଳୁଛି ଭଗବାନ ଙ୍କ ଉପରେ ଛାଡି ଦେଇ ଖୁସି ରେ ରୁହନ୍ତୁ ।

ମୀରା ବାଇ କାହା ପାଖରେ କାନ୍ଦିଥିଲେ କଣ କି ମୋ ସ୍ୱାମୀ ନାହିଁ ମୋ ଛୁଆ ନାହିଁ କହି । ତେବେ ଆପଣ ସେମିତି ସମସ୍ତଙ୍କ ଆଗରେ କାନ୍ଦିବା ଅପେକ୍ଷା ପରମାତ୍ମା ଙ୍କ ପାଖରେ କାନ୍ଦି ଦିଅନ୍ତୁ । ଆପଣ ମାନେ ପରମାତ୍ମା ଙ୍କ ପାଖରେ କାନ୍ଦନ୍ତି ନାହିଁ କିନ୍ତୁ ଯାଇ ସଂସାର ର ସବୁ ଗୋଟେ ଗୋଟେ ଲୋକ ପାଖରେ କାନ୍ଦନ୍ତି ସେଥିପାଇଁ କିଛି ଠିକ ହୋଇନଥାଏ । ତେଣୁ ଆପଣ ପରମାତ୍ମା ଙ୍କ ପାଖରେ କାନ୍ଦି ଦିଅନ୍ତୁ ଆଉ କାହା ପାଖରେ କାନ୍ଦିବାକୁ ପଡିବନି । ଏବେ ଆପଣ ଭାବନ୍ତୁ କାହା ପାଖରେ କଣ କରିବେ ।

Spread the love