ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ତରଫରୁ ପଣ୍ଡିତ ଗୋଦାବରିଶଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ତରଫରୁ ପଣ୍ଡିତ ଗୋଦାବରିଶ ମିଶ୍ରଙ୍କର ୧୩୬ତମ ପୂଣ୍ୟ ଜୟନ୍ତୀ ପି.ଏମ.ଜି. ଛକଠାରେ ଅବସ୍ଥିତ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପଣ୍ଡିତ ମିଶ୍ର ଅଦ୍ଭୁତ ସାହସ ଓ ଜ୍ଞାନର ଅଧିକାରୀ ଥିଲେ । ସାରା ଜୀବନ ଓଡ଼ିଶା ଓ ଓଡ଼ିଆ ଜାତିର ଉନ୍ନତି ନିମନ୍ତେ ନିଃସ୍ୱାର୍ଥପର ସମାଜସେବା କରିବା ନିମନ୍ତେ ନିଜ ଜୀବନକୁ ସମର୍ପିତ କରିଥିଲେ । ଏକ ସମୃଦ୍ଧ ଏବଂ କୁସଂସ୍କାର ବିହୀନ ଜାତି ଗଢ଼ିବାକୁ ଶିକ୍ଷା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେ ଅନୁଭବ କରିଥିଲେ ଏବଂ ତତ୍‍କାଳୀନ ସମାଜରେ ଶିକ୍ଷା ସହିତ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବହୁ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ, ସୀତାନାଥ ମହାପାତ୍ର, ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂ, ନରେନ୍‍ ସାହୁ, ଉମାକାନ୍ତ ମିଶ୍ର, ସତ୍ୟବ୍ରତ ଜେନା, ମନୋଜ ଦାସ, ଗୁରୁଚରଣ ସାହୁ, ରମାନାଥ ସାମନ୍ତରାୟ, ହୀମାଦ୍ରି ନାୟକ, ଗିରିଜା ଶଙ୍କର ମହାପାତ୍ର, ନରେନ୍‍ ସାହୁ, ମାନସ ମହାନ୍ତି, ଲକ୍ଷ୍ମୀଧର ବେହେରା, ରାଜକିଶୋର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ପରିଶେଷରେ ମନୋରଞ୍ଜନ ନାୟକ ଧନ୍ୟବାଦ୍‍ ଅର୍ପଣ କରିଥିଲେ ।

Spread the love