ଆକାଂକ୍ଷୀ ଜିଲ୍ଲାର କାର୍ଯ୍ୟ ପରଖିବେ ୧୦ କେନ୍ଦ୍ର ମନ୍ତ୍ରୀ, ୨୦ ସୁଦ୍ଧା ଦେବେ ରିପୋର୍ଟ

ଭୁବନେଶ୍ୱର ୧୨।୦୪: ରାଜ୍ୟର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ସ୍ଥିତି ପରଖିବେ କେନ୍ଦ୍ର ସରକାର। ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଳାକୁ ଗସ୍ତ କରିବେ ୧୦ କେନ୍ଦ୍ର ମନ୍ତ୍ରୀ। ଆଜିଠୁ ଆରମ୍ଭ ହୋଇଛି କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ। କେନ୍ଦ୍ରମନ୍ତ୍ରୀ ସଞ୍ଜୟ ବାଲିଆନ୍ କୋରାପୁଟରେ ଗସ୍ତରେ ଥିବା ବେଳେ ୧୩ ଓ ୧୪ ଢେଙ୍କାନାଳ ଜିଲ୍ଳା ଗସ୍ତ କରିବେ ଧର୍ମେନ୍ଦ୍ର ପ୍ରଧାନ। ପରେ ପରେ ମାଲକାନଗିରି ଜିଲ୍ଳା ଗସ୍ତ କରିବେ ଅଶ୍ଵିନୀ ବୈଷ୍ଣବ।

ସେହିପରି ଅର୍ଜୁନ ମୁଣ୍ଡା କଳାହାଣ୍ଡି, ସ୍ୱାଧୀ ନିରଞ୍ଜନ ଜ୍ୟୋତି ବଲାଙ୍ଗୀର , ପ୍ରହଳ୍ଳାଦ ସିଂ ପଟେଲ ଗଜପତି, ଏସ୍.ପି ବଗେଲ ନୂଆପଡ଼ା, ଶୋଭାକରନ ନବରଙ୍ଗପୁର, ସୋନି ପ୍ରକାଶ ରାୟଗଡା, ସୁବାଷ ସରକାର କନ୍ଧମାଳ ଗସ୍ତ କରି ସମୀକ୍ଷା କରିବେ। ଆକାଂକ୍ଷୀ ଜିଲ୍ଳାରେ ଉନ୍ନୟନ ମୂଳକ କାମ କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରୀତାକୁ ନେଇ କରିବେ ସମୀକ୍ଷା। ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ପ୍ରକଳ୍ପ ବୁଲି ଦେଖିବେ। ୨୦ ତାରିଖ ସୁଦ୍ଧା ସମୀକ୍ଷା ସାରି କେନ୍ଦ୍ର ସରକାରଙ୍କୁ ଦେବେ ସମୀକ୍ଷା ରିପୋର୍ଟ। ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

Spread the love