ତୃତୀୟ ମହଲାର କର୍ମଚାରୀଙ୍କୁ କହିଲେ କାହିଁକି ରାଗୁଛି ବିଜେଡି ? ଗୋଲକ ମହାପାତ୍ର

ଭୁବନେଶ୍ୱର, ଜୁନ ୨୪ – କେନ୍ଦ୍ରମନ୍ତ୍ରୀଙ୍କ ଭାଷଣକୁ ଠିକ ଭାବରେ ନ ଶୁଣି ବିଜେଡି ମୁଖପାତ୍ର ବିଳି ବିଳେଇ ହେଉଛନ୍ତି । ସଠିକ୍ ପ୍ରଶ୍ନର ଉତ୍ତର ନଦେଇ ବିଭ୍ରାନ୍ତିକର ବିବୃତି ଦେଇ ଓଡିଶାବାସୀଙ୍କୁ ଭୁଆଁ ବୁଲେଇବା ପାଇଁ ବିଜେଡି ଚେଷ୍ଟା କରୁଛି । ଯଦି ପିସି କାରବାର ହେଉ ନାହିଁ ତାହେଲେ କୋଟି କୋଟି ଟଙ୍କା ତଳ ସ୍ତରର ସରକାରୀ କର୍ମଚାରୀଙ୍କ ପାଖରୁ କେଉଁଠୁ ଆସୁଆଛି ? ଏହାର ଜବାବ ବିଜେଡି ମୁଖପାତ୍ର ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଆଜି ଓଡ଼ିଶାରେ ବଡ଼ କାମ କରୁଥିବା କଣ୍ଟ୍ରାକ୍ଟର ମାନେ କେଉଁ ରାଜ୍ୟର ତାହା ଓଡିଶା ବାସୀ ଭଲ ଭାବେ ଜାଣିଛନ୍ତି । ଯଦି ଦୁର୍ନୀତି ନାହିଁ ଗ ମାଧ୍ୟମରେ ବିଡା ଟଙ୍କାର ଦୃଶ୍ୟ କେଉଁଠୁ ଆସୁଛି ? ଓଡ଼ିଶାରେ କାର୍ଯ୍ୟ କରୁଥିବା ଭାରତ ସରକାରଙ୍କ ରାଷ୍ଟ୍ରୀୟ ଉଦ୍ୟୋଗ ଯେଉଁ ବିକାଶ କାର୍ଯ୍ୟକୁ ଆଗକୁ ବଢ଼ାଉଛି ତାକୁ ଅଟକେଇବାର ମୁଖ୍ୟ ନାୟକ ହେଉଛନ୍ତି ବିଜୁ ଜନତା ଦଳର ନେତୃବୃନ୍ଦ ।

କିଛି ଦିନ ତଳେ ବରଗଡ଼ ଜିଲ୍ଲାର ବିପିସିଏଲ ତରଫରୁ 1607 କୋଟି ଟଙ୍କାରେ ନିର୍ମିତ ହେଉଥିବା ଇଥେନ ପ୍ଲାଣ୍ଟ କାର୍ଯ୍ୟର ସମୀକ୍ଷା କରି କେନ୍ଦ୍ର ମନ୍ତ୍ରୀ ଫେରିଲା ପରେ କାମ ବନ୍ଦ କରିବା ପଛରେ ଥିଲେ ବିଜୁ ଜନତା ଦଳର କେଉଁ ନେତା ? ତାହା ସସ୍ମିତ ବାବୁ ସ୍ପଟ କରିବେ କି ? 23 ବର୍ଷ ସରକାରରେ ଦୁର୍ନୀତି ,ଭ୍ରଷ୍ଟାଚାର ,ନାରୀ ନିର୍ଯ୍ୟାତନାରେ ହିଁ ଓଡିଶା ରାଜ୍ୟ ଆଗରେ ଅଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Spread the love