ଧାର୍ଯ୍ୟ ଆଇନକୁ ଖିଲାପ କରି ତରଭରିଆ ଭାବେ ପୈାର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବା ପଛର କାରଣ କଣ ?: ଗୋଲକ ମହାପାତ୍ର

ଭୂବନେଶ୍ୱର, ୫/୦୨: ରାଜ୍ୟରେ ପୈାରାଂଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ୨ ତାରିଖ ଦିନ ବିଜ୍ଞପ୍ତି ଜାରୀ କରିଛନ୍ତି। ୱାର୍ଡସ୍ତରୀୟ ଇଲେକ୍ଟ୍ରୋରାଲ ତାଲିକା ପ୍ରସ୍ତୁତି କରାଯାଇ ଭୂବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହାକି ‘ରାଜ୍ୟ ମ୍ୟୁନିସିପାଲ କର୍ପୋରେସନ ଆଇନ-୨୦୦୩’କୁ ସଂପୂର୍ଣ୍ଣ ଉଲ୍ଲଂଘନ କରୁଛି। ତେଣୁ ସାଧାରଣ ଭୋଟରଙ୍କ ମୈାଳିକ ଅଧିକାର ଓ ସ୍ୱାର୍ଥ ଦୃଷ୍ଟିରୁ ତରଭରିଆ ଭାବେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇ ନୂତନ ଭାବେ ବିଜ୍ଞପ୍ତି ଜାରୀ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ପ୍ରାଥମିକ ଭୋଟର ତାଲିକା ଆସନ୍ତା ୧୦ ତାରିଖ ଦିନ ପ୍ରକାଶ ପାଇବ ଏବଂ କୈାଣସି ଅଭିଯୋଗ ୧୧ ରୁ ୧୬ ତାରିଖ (୬ ଦିନ) ଭିତରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇପାରିବ । ଏହି ୬ ଦିନ ମଧ୍ୟରେ ସରକାରୀ ଛୁଟି ଦିବସ ଅନ୍ତର୍ଭୁକ୍ତ । ଅଭିଯୋଗ ଶୁଣାଣୀ ପାଇଁ ଅତି କମରେ ୧୦ ଦିନ ଦିଆଯିବାର ନିୟମ ଥିଲେ ସୁଦ୍ଧା ନିର୍ବାଚନ କମିଶନ ୬ ଦିନ ସମୟ ଦେଇଛନ୍ତି । ସେହିପରି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ୩ ଦିନର ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମାତ୍ର ଗୋଟିଏ ଦିନ (୧୮/୦୨/୨୦୨୨) ସମୟ ରଖାଯାଇଛି। ରାଜ୍ୟର ଅନ୍ୟ ପୈାରାଂଚଳ ନିର୍ବାଚନ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ୫ ଦିନର ସମୟ ଅବଧି ଏବଂ ଦାବୀ ଓ ଆପତିର ଶୁଣାଣି ପାଇଁ ୭ ଦିନର ସମୟ ଅବଧିଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମାତ୍ର ଗୋଟିଏ ଦିନ ଧାର୍ଯ୍ୟ କରାଯାଇଛି । ଏହି ଅଳ୍ପ ସମୟରେ ଭୋଟର ତାଲିକାରେ ଥିବା ତୃଟିକୁ ଅନୁଧ୍ୟାନ କରି ସଂଶୋଧନ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିବା ଆଦୈା ସମ୍ଭବ ନୁହେଁ ବୋଲି ରାଜ୍ୟ ସାଧାରଣ ସଂପାଦକଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ଧାର୍ଯ୍ୟ ଆଇନକୁ ଖିଲାପ କରି ତରଭରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପଛର କାରଣ କଣ ? ନିର୍ବାଚନ କମିଶନ ଏଭଳି ଅହେତୁକ ଅନୁକଂପା ପ୍ରଦର୍ଶନ କରିବା ପଛରେ ରହସ୍ୟ କଣ ? ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ କି ବୋଲି ନିର୍ବାଚନ କମିଶନଙ୍କୁ ଶ୍ରୀ ମହାପାତ୍ରଙ୍କୁ ପ୍ରଶ୍ନକରିଛନ୍ତି । ଏହି ପ୍ରତିନିଧି ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ଏବଂ ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମୀରଂଜନ କାନୁନଗୋ ପ୍ରମୁଖ ସାମିଲ ଥିଲେ ।

Spread the love