ସାନିଟାରୀ ପ୍ୟାଡ଼ ଭିତରେ ଲୁଚାଇ ଆଣିଥିଲେ ୩୮ ଲକ୍ଷ ଟଙ୍କାର ସୁନା

ବେଙ୍ଗାଲୁରୁ: ସୁନା ଚୋରାଚାଲାଣ ବାବଦରେ ତ ଆପଣ ଅନେକ ଖବର ପଢ଼ିଥିବେ | ଚାଲାଣକାରୀ ଏଭଳି ଢଙ୍ଗରେ ସୁନା ଆଣିଥାନ୍ତି ଯାହା ବାବଦରେ କେହି କେବେ ଭାବି ନଥାନ୍ତି | ତେବେ ଗତକାଲି ବେଙ୍ଗାଲୁରୁର କଷ୍ଟମ ବିଭାଗର ଅଧିକାରୀମାନେ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧.୧୩ କିଲୋଗ୍ରାମ ସୁନା ଜବତ କରିଛନ୍ତି। ଚୋରା ଚାଲାଣକାରୀଙ୍କଠାରୁ ୬୭ ଲକ୍ଷ ଟଙ୍କା ମୂଲ୍ୟର ଶୁଦ୍ଧ ସୁନା ଜବତ କରାଯାଇଥିବାବେଳେ ତାମିଲନାଡୁର ତ୍ରିଚି ବିମାନବନ୍ଦରର ଅଧିକାରୀମାନେ ମଧ୍ୟ ସାନିଟାରୀ ନାପକିନ ପ୍ୟାଡରୁ ୬୧୨ ଗ୍ରାମ ସୁନା ଜବତ କରାଯାଇଛି | ଏହାର ମୂଲ୍ୟ ୩୭.୫୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ବେଙ୍ଗାଲୁରୁ ବିମାନବନ୍ଦରରେ ଯାଞ୍ଚ ବେଳେ ଅଧିକାରୀମାନେ ବ୍ଲାଉଜ ଏବଂ ଖାଦ୍ୟ ପଦାର୍ଥରୁ ଏତେ ମାତ୍ରାରେ ସୁନା ଜବତ କରିଥିଲେ। କୁହାଯାଉଛି ଯେ କୁଆଲାମପୁରରୁ ଆସୁଥିବା ଜଣେ ଭାରତୀୟ ମହିଳା ଯାତ୍ରୀ ତାଙ୍କ ବ୍ଲାଉଜ ଭିତରେ ପ୍ରାୟ ୩୦୦ ଗ୍ରାମ ସୁନା ଲୁଚାଇ ରଖିଥିଲେ। ସେହିପରି କୁଏତରୁ ଆସୁଥିବା ଜଣେ ପୁରୁଷ ଯାତ୍ରୀ ଖାଦ୍ୟ ପଦାର୍ଥ ଭିତରେ ୨୫୦ ଗ୍ରାମ ଓଜନର ସୁନା ଆଣିଥିଲେ | ଅଧିକାରୀମାନେ ସୁନା ସହିତ ଏକ ଆଇଫୋନ୍ ମଧ୍ୟ ଜବତ କରିଛନ୍ତି। ସେହିପରି ତାମିଲନାଡୁର ତ୍ରିଚି ବିମାନବନ୍ଦରରେ କଷ୍ଟମ ଅଧିକାରୀମାନେ ୬୧୨ ଗ୍ରାମ ସୁନା ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୩୭.୫୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ସୂଚନା ଥାଉ କି ଯେ ଏହି ଚୋରା ଚାଲାଣକାରୀମାନେ ସାନିଟାରୀ ନାପକିନ୍ ଭିତରେ ସୁନାକୁ ଲୁଚାଇ ଆଣିଥିଲେ |

Spread the love