ଛତିଶଗଡ଼ରେ ସୁନା ଅଳଙ୍କାର ଚୋରି, ୩ ଗିରଫ

ଝାରସୁଗୁଡ଼ା, ୧୩।୭: ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଜୁଟମିଲ୍‌ ଥାନା ଅନ୍ତର୍ଗତ ସୋନକପାରାର ସୀମା ଖାନ୍‌ଙ୍କ ଘରୁ ଗତ ମେ’ମାସରେ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାରେ ଜୁଟମିଲ୍‌ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତରୁ ଜଣାପଡିବାରୁ ୨ ମହିଳା ଓ ଜଣେ ଯୁବକକୁ ଗିରଫ କରିଥିଲା। ସେମାନେ ହେଲେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ଉଦୟ ସୋବର(୨୦), ପତ୍ନୀ ରଞ୍ଚା ସୋବର(୧୯) ଓ  ସେମାନଙ୍କର ଜଣେ ସମ୍ପର୍କୀୟ ।
ବ୍ରଜରାଜନଗରରୁ ଏମାନଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ପଚରାଉଚରା କରଥିଲା ପୁଲିସ। ଅନ୍ୟପକ୍ଷରେ ସମସ୍ତ ଚୋରି ସାମଗ୍ରୀକୁ ଅଭିଯୁକ୍ତମାନେ ଝାରସୁଗୁଡ଼ା ସହରର ଏକ ଜୁଏଲାରି ଦୋକାନରେ ବିକ୍ରି କରିଥିବା ନେଇ କହିବା ପରେ ପୁଲିସ୍‌ ଦୋକାନ ମାଲିକ ରମେଶ ସୋନି(୬୭)କୁ ମଧ୍ୟ ଅଟକ ରଖିଛି। ଅଭିଯୁକ୍ତଙ୍କ ନିକଟରୁ ୩ଟି ସୁନା ହାର, ୩ଟି ସୁନା ଚେନ୍‌, ୨ଟି କାନଫୁଲ, ୨ ହଳ ପାଉଁଜି, ଏକ ମୋବାଇଲ, ଏକ ଟିଭି ଓ ନଗଦ ୪ ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନେ ନିତିଦିନ ଟ୍ରେନ୍‌ ଯୋଗେ ବ୍ରଜରାଜନଗରରୁ ଛତିଶଗଡ଼ ଯାଇ କୌଣସି ଏକ ଅଞ୍ଚଳରେ ରହି ଆସୁଥିଲେ। ସୁଯୋଗ ଦେଖି ଘରେ ପଶି ମୂଲ୍ୟବାନ ସାମଗ୍ରୀ ଚୋରି କରି ଚମ୍ପଟ ମାରୁଥିଲେ ବୋଲି ରାୟଗଡ଼ ପୁଲିସ୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛି।

Spread the love