ଇନଡେଲ୍ ମନି ସ୍ୱର୍ଣ୍ଣ ଋଣର ଉତ୍ପାଦ
ଭୁବନେଶ୍ୱର: ଇନଡେଲ୍ କର୍ପୋରେସନର ଛାମୁଆ କମ୍ପାନୀ ଇନଡେଲ୍ ମନି ଲିମିଟେଡ ନିଜର ସ୍ୱର୍ଣ୍ଣ ଋଣ ଉତ୍ପାଦ ଗୁଚ୍ଛକୁ ନେଇ ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ରାଜ୍ୟବ୍ୟାପୀ ୧୦ଟି ଶାଖା ଖୋଲିଛି । ଖୋର୍ଦ୍ଧା (ଲୁଇସ ରୋଡ ଏବଂ ଭୁବନେଶ୍ୱର-ଖୋର୍ଦ୍ଧା), ପୁରୀ (ପିପିଲି ଓ ନିମାପଡା), କଟକ (ଲିଙ୍କରୋଡ, ସାଲେପୁର ଓ ଜଗତପୁର), ବାଲେଶ୍ୱର (ଏଫଏମ ଗୋଲେଇ ଏବଂ ବାଲେଶ୍ୱର) ଏବଂ ଯାଜପୁର ଟାଉନରେ ଏହି ଶାଖାଗୁଡିକୁ ଇନଡେଲ୍ ମନିର ନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଉମେଶ ମୋହନନ୍ ଏବଂ ଇନଡେଲ୍ ମନିର ବିଜନେସ ହେଡ ଜିଥ୍ ରାଜ, ଇନଡେଲ୍ ମନିର ଜୋନାଲ ହେଡ ଭି ବିଜୟ କୁମାର, ଓଡ଼ିଶାର ପ୍ରଶାସନିକ ମୁଖ୍ୟ ସନ୍ତୋଷ କୁମାର ପଣ୍ଡା ଉଦଘାଟନ କରିଛନ୍ତି । ଇନଡେଲ୍ ମନି ଓଡ଼ିଶାରେ ଆଉ ୧୫ଟି ଶାଖା ଖୁବଶୀଘ୍ର ଖୋଲିବ ଏବଂ ଏହାର ସମୁଦାୟ ସମ୍ପ୍ରସାରଣ ଅଭିଯାନ ଦ୍ୱାରା ରାଜ୍ୟରେ ୧୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ନିୟମିତ ସ୍ୱର୍ଣ୍ଣ ଋଣ ଉତ୍ପାଦଗୁଡିକ ସହିତ ଇନଡେଲ୍ ମନି ମଧ୍ୟ ୧ ବର୍ଷ ଓ ୨ ବର୍ଷିଆ ସ୍ୱର୍ଣ୍ଣ ଋଣ ଯୋଜନା ଭଳି ଦୀର୍ଘସୂତ୍ରୀ ସ୍ୱର୍ଣ୍ଣ ଋଣ ଯୋଗାଇଦେବ ବୋଲି ଇନଡେଲ୍ ମନିର ନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଉମେଶ ମୋହନନ୍ କହିଛନ୍ତି ।