ଓଡ଼ିଆ ଝିଅଙ୍କ ସ୍ୱର୍ଣ୍ଣପଦକ

ସୋନପୁର:ପଙ୍କଜ ପଙ୍କରେ ଫୁଟିଲା ଭଳି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଗାଁର ଦୁଇଜଣ ଛାତ୍ରୀ  ଜାତୀୟ ସ୍ତରରେ ଆୟୋଜିତ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ସ୍ବର୍ଣ୍ଣ ପଦକ ଆଣି ଚଚ୍ଚାର ବିଷୟ ପାଲଟିଛନ୍ତି।ଏହା ସମ୍ଭବ ହୋଇଛି କେବଳ ନିଜର ପ୍ରଚେଷ୍ଟା, ଇଛାଶକ୍ତି ଓ ଉଦ୍ୟମ ଫଳରେ।  ରାଜସ୍ଥାନ ଜୟପୁରରେ ଆୟୋଜିତ ୟୁଥ ଗେମ କାଉନସିଲ ଅଫ ଇଣ୍ଡିଆର ୧୭ ବର୍ଷରୁ କମ ଓପନ ବକ୍ସିଂରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଯାଜ୍ଞସେନୀ ପର୍ଡିଆ ଓ ଦଶମ ଶ୍ରେଣୀର ଛାତ୍ରୀ ସୁଭ୍ରତା କଲତାଙ୍କୁ ନେଇ ପୁରା ଅଞ୍ଚଳରେ ଏବେ ଚର୍ଚ୍ଚାରେ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରେରଣା ଏବଂ କୋଚ କୃତିବାଶ ଶତପଥୀଙ୍କ ଦ୍ବାରା ଟ୍ରେନିଂ ପାଇଁ ଏହି ସଫଳତା ହାସଲ କରିଛନ୍ତି ଦୁଇ ଛାତ୍ରୀ । ଝିଅଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକେ ଓ କୋଚ୍ । ଛାତ୍ରୀଙ୍କ କୃତିତ୍ବକୁ ନେଇ ସବୁଆଡୁ ଛୁଟିଛି ଶୁଭେଚ୍ଛାର ସୂଅ । ଆଗାମୀ ଦିନରେ ଏହି ଅଭିଯାନ ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟେ ।

Spread the love