ନୂଆବର୍ଷରେ ବଢ଼ିବ ସୁନାଦର!

ନୂଆଦିଲ୍ଲୀ: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଖରାପ ଖବର । କାରଣ ନୂଆବର୍ଷରେ ସୁନାର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ନୂଆବର୍ଷରେ ସୁନାର ଦର ବୃଦ୍ଧି ପାଇ ୪୫ ହଜାର ଟଙ୍କା ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

କମୋଡିଟି ଟ୍ରେଂଜର ଗବେଷଣା ନିର୍ଦ୍ଦେଶକ ଜ୍ଞାନଶେଖର ତ୍ୟାଗରାଜନ କହିଛନ୍ତି ଯେ ନୂଆ ବର୍ଷରେ ମଧ୍ୟ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଅସ୍ଥିରତା ଅବ୍ୟାହତ ରହିବ । ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିବ । ଏହା ଫଳରେ ନିବେଶକମାନେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମନେକରିବେ । ଏହା ଫଳରେ ବିଶ୍ୱବଜାରରେ ସୁନାଦର ବୃଦ୍ଧି ଅବ୍ୟାହତ ରହିବ । କେବଳ ସୁନା ନୁହେଁ, ରୁପାଦର ମଧ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

୨୦୧୯ରେ ସୁନା ଦରରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ୨୦୧୮ ଡିସେମ୍ବରରେ ସୁନାଦର ୧୦ ଗ୍ରାମ ପିଛା ୩୦,୮୩୦ ଟଙ୍କା ଥିବାବେଳେ ଚଳିତ ମାସରେ ଏହା ୩୯,୮୮୨ ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୦ରେ ମଧ୍ୟ ଏହି ଧାରା ଅବ୍ୟାହତ ରହିବ ଓ ବର୍ଷ ଶେଷ ବେଳକୁ ଏହା ୪୫ ହଜାର ଟପିଯାଇଥିବ ।

Spread the love