ଜାଣନ୍ତୁ କେତେ କ୍ୟାରେଟ୍ ସୁନା ପାଇଁ କେତେ ରହିଛି ରେଟ

ବଢ଼ୁଛି ସୁନା ଦର । ଉଭୟ ୨୨ ଓ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦର ବଢ଼ୁଛି । ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ଏବେ ପାଖାପାଖି ୬୦ହଜାର ଟଙ୍କାରେ ପହଞ୍ଚିଯାଇଛି । ସେହିପରି ୨୨ କ୍ୟାରେଟ୍ ଦାମ ପାଖାପାଖି ୫୫ହଜାର ଟଙ୍କାରେ ପହଞ୍ଚିିସାରିଛି ।ଆଗକୁ ବିବାହ ଋତୁ ଥିବାରୁ ଗ୍ରାହକଙ୍କ ପାଇଁ ଏବେ ଏହି ଦର ଚିନ୍ତା ବଢ଼ାଇ ଦେଇଛି । ଏପ୍ରିଲ ମାସରେ ଡେଲିଭରି ଦିଆଯିବାକୁ ଥିବା ସୁନା ଦାମ ପ୍ରାୟ ୧୪ଶହ ଟଙ୍କା ବୃଦ୍ଧି ପାଇଛି । ତେଣୁ ଖୁବ୍ ଶୀଘ୍ର ଦର ୬୦ହଜାର ଅତିକ୍ରମ କରିବ ବୋଲି ସୂଚନା ମିଳିଛ । କେବଳ ସୁନା ନୁହେଁ, ରୁପା ଦାମ୍ ବି ବଢ଼ୁଛି । ରୁପା କେଜି ବର୍ତମାନ ପ୍ରାୟ ୨୧ଶହ ଟଙ୍କା ବୃଦ୍ଧି ପାଇ ୬୮ହଜାର ୬୫୦ ଟଙ୍କାରେ ପହଞ୍ଚିଯାଇଛି । ଆମେରିକା ଓ ୟୁରୋପରେ ଦେଖା ଦେଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ନିବେଶକମାନଙ୍କୁ ଏହା ଅଧିକ ପ୍ରଭାବିତ କରୁଛି । ଯେଉଁକାରଣରୁ ସେମାନେ ସୁରକ୍ଷିକ ମାଧ୍ୟମ କୁହାଯାଉଥିବା ସୁନା ଆଡ଼କୁ ଢଳିଛନ୍ତି । ବର୍ତମାନ ସୁନା ଦର ଯେତେ ଅଛି, ଆଗକୁ ତାହା ଆହୁରି ବଢ଼ିବ ବୋଲି ଜଣାପଡ଼ିଛି । ଭାରତରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏହାର ଦାମ୍ ବଢ଼ୁଛି । ତେବେ କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ଗହଣା ଦୋକାନଗୁଡ଼ିକରେ ବିକ୍ରି ହେଉଥିବା ସୁନା ମୂଲ୍ୟଠାରୁ ଭିନ୍ନ । ବଜାରରେ ସୁନା ଦାମ ଏହାଠାରୁ କମ୍ ରହିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ମୂଲ୍ୟରେ ପାଖାପାଖି ୪ହଜାର ୩୦୦ ଟଙ୍କା ବୃଦ୍ଧି ହୋଇଛି । ଆଗାମୀ ଦିନରେ ଏହି ମୂଲ୍ୟ ୬୦ହଜାର ୨୦୦ ଟଙ୍କା ପର୍ଯ୍ୟନ୍ତ ସ୍ତରକୁ ଯାଇପାରେ ।

Spread the love