ଆଜି ରିଲିଜ୍‌ ହେଲା ଫିଲ୍ମ ‘ଗୁଡବାଏ’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗୁଡବାଏ’ ଆଜି ରିଲିଜ୍‌ ହୋଇଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ। ଏହା ହେଉଛି ରଶ୍ମିକାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ।
ଅମିତାଭ-ରଶ୍ମିକାଙ୍କ ବ୍ୟତୀତ ନୀନା ଗୁପ୍ତା, ସୁନୀଲ ଗ୍ରୋଭର, ପାଭେଲ ଗୁଲାଟି, ଆଶିଷ ବିଦାର୍ଥୀ, ସାହିଲ ମେହେଟ୍ଟା, ଶିବିନ ନାରଙ୍ଗ ଏବଂ ଅଭିଷେକ ଖାନ ମଧ୍ୟ ଅଭିନୟ କରିଛନ୍ତି। ନୀନା ଗୁପ୍ତା ପ୍ରଥମ ଥର ଲାଗି ଅମିତାଭଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ। ନିକଟରେ ଏହାର ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ଦର୍ଶକ ଏହାକୁ ଖୁବ୍‌ପସନ୍ଦ କରିଥିଲେ।

Spread the love