ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ ବଗି

ଭଦ୍ରକ: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି । ୧୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ଖାଲି ଥିବା ଟ୍ରେନଟି ଧାମରା ଅଭିମୁଖେ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଛି । ଖାଲି ଟ୍ରେନ ସହ ମୋଟ ୬୦ଟି ବଗି ସଂଯୋଗ ହୋଇଥିଲା । ଏଥିମଧ୍ୟରୁ ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ଘଟଣାସ୍ଥଳରେ ରେଳବାଇର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ତେବେ ବଗିଗୁଡ଼ିକ ଖାଲିଥିବାରୁ କୌଣସି ସ୍ଥାନରେ ଜମ୍ପ କରି ଟ୍ରାକ୍ ବାହାରକୁ ପଳେଇଯାଇଥିବା ଅନୁମାନ କରାଯାଉଛି ।

Spread the love