ଗୁଗଲ କ୍ରୋମ ବ୍ୟବହାର କରୁଥିଲେ ସାବଧାନ

ନୂଆଦିଲ୍ଲୀ: ଗୁଗଲ କ୍ରୋମ ବ୍ୟବହାର କରୁଥିଲେ ସାବଧାନ ! ହ୍ୟାକ୍ ହୋଇପାରେ ଆପଣଙ୍କର କମ୍ପ୍ୟୁଟର ଓ ମୋବାଇଲ। କାରଣ ଗୁଗଲ କ୍ରୋମ୍‌ରେ ଏମିତି ଏକ ତ୍ରୁଟି ପରିଲକ୍ଷିତ ହୋଇଛି, ଯାହା Google Chrome ୩୨୦ କୋଟି ଗ୍ରାହକଙ୍କୁ କ୍ଷତିରେ ପକାଇପାରେ। ଏଥିପାଇଁ ଗୁଗୁଲ ବ୍ଲଗ୍‌ରେ ନିଜର ଗ୍ରାହକଙ୍କୁ ଏପରି ଚେତାବନୀ ଦେଇଛି।

Google Chrome ରେ ଏକ ନୂଆ ଜିରୋ ଡେ- ହାଇଥ୍ରେଟ୍‌ ଲେବଲ ହ୍ୟାକ୍‌ର ସୂଚନା ମିଳିଛି। ତେଣୁ ହ୍ୟାକର୍ସମାନେ ଆପ୍‌ର ସିକ୍ୟୁରିଟି ସିଷ୍ଟମ୍ ଭାଙ୍ଗି ଗ୍ରାହକଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି ବୋଲି ଗୁଗଲ କହିଛି। ତେବେ କମ୍ପନୀ ଏହାର ତ୍ରୁଟି କେତେକାଂଶରେ ସମାଧାନ କରିଛି। ଏହି ଆପ୍‌ରେ ଥିବା ଲୁପ୍‌କୁ କମ୍ପାନୀ କିଛି ଫିକ୍ସ କରିଛି।

ସମସ୍ତ ମେଜର ପ୍ଲାଟଫର୍ମ ଯଥା- Windows, macOS, Linux Android ୟୁଜରମାନଙ୍କ ପାଇଁ ଏହି ତ୍ରୁଟି ବିପଦଯୁକ୍ତ ଥିଲା। କମ୍ପାନୀ ଏହା ଜଣିବା ମାତ୍ରେ ଗ୍ରାହକଙ୍କୁ ବ୍ଲଗ୍‌ ଦ୍ୱାରା ସୂଚନା ଦେଇଛି। ତେବେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ।

ତିନି ସପ୍ତାହ ଭିତରେ କ୍ରୋମର କମ୍ପୋନେଟ୍ ଭି-୮ର ଦୁଇଥର ଜିରୋ ଡେ ହ୍ୟାକ୍‌ରେ ସିକ୍ୟୁରିଟି ବ୍ରେକ୍ ହେଲାଣି। ତେଣୁ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଗୁଗୁଲ କ୍ରୋମର ନୂଆ ଭର୍ଜନ Chrome (100.0.4896.127)କୁ ଜାରି କରିଛି। ତେବେ ବର୍ତ୍ତମାନ ଏହି ଭର୍ଜନ ସମସ୍ତଙ୍କ ପାଇଁ ଉପଲବ୍ଧ କରିବା କମ୍ପାନୀ ପକ୍ଷେ ସମ୍ଭବ ନୁହେଁ, ତେବେ ଧୀରେ ଧୀରେ କାମ ଚାଲିଛି ବୋଲି ଗୁଗଲ କହିଛି।

ଆପଣ ଯେଉଁ କ୍ରୋମ ବ୍ରାଉଜର ବ୍ୟବହାର କରୁଛନ୍ତି ତାହା ନୂଆ ତ ? ଗ୍ରାହକଙ୍କ ଚାହିଁଲେ ଅପଡେଟ୍‌ ଭର୍ଜନକୁ ମାନୁଆଲୀ ଚେକ୍ କରିପାରିବେ। ଏଥିପାଇଁ କିଛି ଷ୍ଟେଫ୍ ଫଲୋ କରିବାକୁ ପଡ଼ିବ। ପ୍ରଥମେ ଗୁଗଲ କ୍ରୋମର ଡାହାଣପଟ ଥିବା ତିନୋଟି ଡଟ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ସେଟିଂକୁ ଯାଆନ୍ତୁ। ହେଲ୍ପ ସେକ୍ସନକୁ ଯାଇ ସେଠାରେ about google chromeରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କୁ କ୍ରୋମ୍‌ରେ ଅପ୍‌ଡେଟ୍ ଭର୍ଜନ ସ୍କ୍ରିନ୍‌ରେ ଶୋ କରିବ। ଯଦି ନକଲା, ତେବେ ବ୍ରାଉଜରଙ୍କୁ ରିଷ୍ଟାର୍ଟ କରିଦେଲେ କ୍ରୋମ୍‌ର ଅପ୍‌ଡେଟ୍ ଭର୍ଜନ ବିଷୟରେ ସୂଚନା ମିଳିଯିବ।

ଜାଣି ରଖନ୍ତୁ ଯେ ଅନେକ ସମୟରେ କ୍ରୋମ୍ ସମେତ ବିଭିନ୍ନ ଆପ୍‌ରେ ଜିରୋ ଡେ ହ୍ୟାକ୍ ଥ୍ରେଟ୍ ରହୁଛି। ତେଣୁ ଗ୍ରାହକଙ୍କୁ ସବୁବେଳେ ସାବଧାନ ରହିବାକୁ ପଡ଼ିବ। ଅପ୍‌ଡେଟ୍ ଆସିବା ପରେ ତୁରନ୍ତ ଏହାକୁ ଅପ୍‌ଡେଟ୍ କରିନେବା ଉଚିତ୍, ନହେଲେ ଡିଭାଇସ୍ ହ୍ୟାକ୍ ହେବାର ପୂରା ଆଶଙ୍କା ରହିଛି।

Spread the love