ଗାଡ଼ି ଚାଳକଙ୍କୁ ଦୁର୍ଘଟଣାରୁ ରକ୍ଷା କରିବ ଗୁଗୁଲ ମ୍ୟାପ

ତେବେ ଗୁଗୁଲ ମ୍ୟାପ୍ସରେ ଥିବା ଏହି ବୈଶିଷ୍ଟ୍ୟ ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ।ଗୁଗୁଲ୍ ମ୍ୟାପ୍ସର ଏହି ବୈଶିଷ୍ଟ୍ୟର ନାମ ହେଉଛି ସ୍ପିଡ୍ ଲିମିଟ ୱାର୍ଣ୍ଣିଙ୍ଗ।ଏଥିରେ, ଗୁଗୁଲ୍ ମ୍ୟାପ୍ସ ଆପଣଙ୍କ ଯାନର ବେଗକୁ ମାପିଥାଏ ଏବଂ ଅଧିକ ବେଗରେ ଗାଡି ଗଲେ ଆପଣଙ୍କୁ ସତର୍କ କରାଏ। ଅଧିକ ବେଗରେ ଗାଡି ଯାଉଥିଲେ ଓ ଏହାକୁ ନିୟନ୍ତ୍ରଣ ନ କଲେ ଅଧିକାଂଶ ଦୁର୍ଘଟଣା ଘଟିଥାଏ।ଏପରି ପରିସ୍ଥିତିରେ, ଯଦି ଆପଣ ନିର୍ଦ୍ଦିଷ୍ଟ ବେଗରେ ଗାଡି ଚଲାନ୍ତି, ତେବେ ଦୁର୍ଘଟଣାର ସମ୍ଭାବନା ବହୁତ କମିଯାଏ।

କିଭଳି ବ୍ୟବହାର କରିବେ?
୧.ଗୁଗୁଲ୍ ମ୍ୟାପ୍ସକୁ ଅପଡେଟ୍ କରନ୍ତୁ ଓ ଗୁଗୁଲ୍ ମ୍ୟାପ୍ ଖୋଲନ୍ତୁ ଏବଂ ଡାହାଣ ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ ଆଇକନ୍ ଉପରେ କ୍ଲିକ କରନ୍ତୁ।

୨. ଏହା ପରେ, ସେଟିଂକୁ ଯାଇ ନାଭିଗେସନ୍ ସେଟିଂ ଉପରେ କ୍ଲିକ କରନ୍ତୁ।

୩. ବର୍ତ୍ତମାନ ସ୍ପିଡ୍ ସେଟିଂ ଅପ୍ସନ୍ ସିଲେକ୍ଟ କରନ୍ତୁ।

୪. ଏହା ପରେ ସ୍କ୍ରିନର ତଳ ଭାଗକୁ ଯାଆନ୍ତୁ ଏବଂ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଡ୍ରାଇଭିଂ ଅପ୍ସନ୍ ସିଲେକ୍ଟ କରନ୍ତୁ।
୫. ଶେଷରେ ସ୍ପିଡ୍ ଲିମିଟ ଏବଂ ସ୍ପିଡୋମିଟର ଅପ୍ସନ୍ ଟର୍ନ୍ ଅନ୍ କରନ୍ତୁ।

୬. ଏହା କରିବା ପରେ, ଗୁଗୁଲ୍ ମ୍ୟାପ୍ସର ଏହି ଟୁଲ୍ ଆପଣଙ୍କ ସ୍ମାର୍ଟଫୋନରେ ଟର୍ନ୍ ଅନ୍ ହେବ ଏବଂ ଆପଣ ସ୍ପିଡ୍ ଲିମିଟ ବିଷୟରେ ସୂଚନା ପାଇବା ଆରମ୍ଭ ହୋଇଯିବ।

Spread the love