ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆନଯିବା ପ୍ରତିବାଦ: ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ

ଭୁବନେଶ୍ବର: ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆନଯିବା ପ୍ରତିବାଦରେ ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହାକୁ ସମର୍ଥନ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ପ୍ରଦୀପଙ୍କ ଅଭିଯୋଗ, ତାଙ୍କୁ ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆଯାଇ ନାହିଁ। ଏଥିଲାଗି ସେ ପ୍ରଥମେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିବା ପରେ ପୋଡିଅମ ତଳେ ଧାରଣା ଦେଲେ।  ଏହାକୁ ସମର୍ଥନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ପରେ ବାଚସ୍ପତିଙ୍କ ଅନୁରୋଧ ପରେ ଧାରଣାରୁ ଉଠି ନିଜ ସ୍ଥାନକୁ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Spread the love