ଆନ୍ଧ୍ରପ୍ରଦେଶ ଶିଳ୍ପ ଓ ଆଇଟି ମନ୍ତ୍ରୀଙ୍କ ମୃତ୍ୟୁ, ହୃଦଘାତରେ ହାରିଲେ ଜୀବନ

ବିଶାଖାପାଟନାମ ୨୧୦୨:   ହୃଦଘାତରେ ଜୀବନ ହାରିଲେ ଆଇଟି ଓ ଶିଳ୍ପମନ୍ତ୍ରୀ । ଆନ୍ଧ୍ରପ୍ରଦେଶର ଶିଳ୍ପ ତଥା ଆଇଟି ମନ୍ତ୍ରୀ ଗୌତମ ରେଡ୍ଡି ହୃଦଘାତରେ ପ୍ରାଣ ହରାଇଛନ୍ତି । ସୋମବାର ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଗୌତମଙ୍କ ଦେହାନ୍ତ ପରେ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ସେ ମାତ୍ର ୫୦ ବର୍ଷର ଥିଲେ । ମୃତ୍ୟୁବେଳକୁ ତାଙ୍କ ନିକଟରେ ପତ୍ନୀ ଓ ୨ ସନ୍ତାନ ଉପସ୍ଥିତ ଥିଲେ ।ସେ କିଛି ଦିନ ତଳେ ଦୁବାଇରୁ ଭାରତ ଫେରିଥିଲେ । ସେ ଦୁବାଇ ଏକ୍ସପୋରେ ସାମିଲ ହୋଇଥିଲେ । ତେବେ ଗୌତମ ହେଉଛନ୍ତି ପୂର୍ବତନ ସାଂସଦ ରାଜାମୋହନ ରେଡ୍ଡିଙ୍କ ପୁଅ ।

ସୂଚନାଯୋଗ୍ୟ, ୨୦୧୪ରେ ପ୍ରଥମ ଥର ପାଇଁ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ ଗୌତମ । ସେ ନିଲ୍ଲୋର ଜିଲ୍ଲାର ଆତ୍ମକୁରୁ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ । ୨୦୧୯ରେ ସେ ପୁଣି ନିର୍ବାଚିତ ହେବା ପରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା ।

Spread the love