ଇମ୍ରାନଙ୍କ ଉପରେ ଲାଗିଥିବା ବ୍ୟାନକୁ ହଟାଇଲେ ପାକିସ୍ତାନ ସରକାର

ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭାଷଣ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇଲା ପାକିସ୍ତାନ ସରକାର। ଇମ୍ରାନଙ୍କ ସ୍ପିଚ୍ ଓ ସାମ୍ବାଦିକ ସମ୍ମିଳନୀରେ ପ୍ରସାରଣ ନେଇ ଶନିବାର ବ୍ୟାନ୍ ଲଗାଯାଇଥିଲା। ହେଲେ ଆଜି ପାକିସ୍ତାନ ସରକାର ଏହାକୁ ଉଠାଇ ଦେଇଛନ୍ତି। ଏନେଇ ପାକିସ୍ତାନ ଖବରକାଗଜ ‘ଦି ଡନ୍‌’ରେ ଖବର ପ୍ରକାଶ ପାଇଛି। nପାକିସ୍ତାନୀ ଇଲେକ୍ଟ୍ରୋନିକ ମିଡିଆ ଆଣ୍ଡ ଅଥୋରିଟି ପକ୍ଷରୁ ଶନିବାର ଇମ୍ରାନଙ୍କ ସ୍ପିଚ୍ ଉପରେ ବ୍ୟାନ୍ ଲଗାଯାଇଥିଲା। ଏଭଳି ସ୍ପିଚ୍ ପ୍ରସାର କରିବା ଦେଶରେ ଘୃଣା ସୃଷ୍ଟି କରୁଛି। ତେଣୁ ଆଇନ୍ ବ୍ୟବସ୍ଥା ବଜାଇ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ପିଏମ୍‌ଆ୍‌ଏ କହିଥିଲା। ହେଲେ ଇମ୍ରାନଙ୍କ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇ ଦିଆଯାଇଛି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନର ଧାରା ୧୯ରେ ଅନୁସାରେ ବାକ ସ୍ୱାଧିନତା ଆଇନରେ ଇମ୍ରାନ୍‌ଙ୍କ ଉପରେ ବ୍ୟାନ୍ ହଟାଇବାକୁ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ସୂଚନା ଦେଇଛନ୍ତି।    

Spread the love