ବକୁଳବନର ବିକାଶ ପାଇଁ ୭କୋଟି ଟଙ୍କା ମଞ୍ଜୁର
ପଂଚ ସଖାଙ୍କୁ ମନେ ପକାଇବ ସାରା ଓଡ଼ିଶା । ଏଭଳି ପରିକଳ୍ପନା ନେଇ ଐତିହ୍ଯ ସମ୍ପନ୍ନ ବକୁଳବନର ହେବ ବିକାଶ । ପିପିପି ମୋଡ଼ରେ ଏହାର ବିକାଶ କରାଯିବ। ମନ୍ଦିରର ହେବ ଉନ୍ନତି କରଣ । ପ୍ରଥମ ପର୍ଯ୍ଯାୟରେ ରାଜ୍ଯ ସରକାର ୭କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଯାହାର ସ୍ଥିତି ଅନୁଧ୍ଯାନ କଲେ ପୁରୀ ଜିଲ୍ଲାପାଳ ସାଥିରେ ଥିଲେ ସତ୍ଯବାଦୀ ବିଧାୟକ । ଦର୍ଶକବନ୍ଧୁ ଐତିହାସିକ ପୁରୀ ଜିଲ୍ଲାରେ ସତ୍ଯବାଦୀର ବକୁଳବନ । ଏହାର ନାଁ ଆପଣମାନେ ନିଶ୍ଚିତ ଭାବରେ ଶୁଣିଥିବେ । ଅନେକ ମଧ୍ଯ ଏହାକୁ ଦେଖିଥିବେ । ଏହି ସ୍ଥାନଟିରେ ଉତ୍କଳର ମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ସମେତ ପଂଚ ସଖା ପରି ଶିକ୍ଷା ନବିଶମାନେ ଅନେକ ଛାତ୍ରଙ୍କୁ ଶିକ୍ଷା ଦାନ କରି ଭଲ ମଣିଷ ତିଆରି କରିଛନ୍ତି । ମଣିଷ ତିଆରି କାରଖାନା ଭାବରେ ଏହା ଦେଶରେ ବେଶ ପରିଚିତ ଲାଭ କରିଛି । ସମୟ ବଦଳିବା ସହିତ ବଦଳିଛି ଏଠାକାର ପରିବେଶ । ଅତିତର ସ୍ମ୍ରୁତି ଏବେ ବି ଉଜ୍ଜିବିତ ହୋଇ ରହିଛି ଏହାର ପ୍ରତିଟି କୋଣ ଅନୁକୋଣରେ । ପୂର୍ବରୁ ବିକାଶ ତ ହୋଇଥିଲା ନିଶ୍ଚିତ ତେବେ ରକ୍ଷଣା ବେକ୍ଷଣା ଅଭାବରୁ ଏହା ବିପର୍ଯ୍ଯସ୍ତ ହୋଇ ପଡ଼ିଛି ।
ଯାହା ସତ୍ଯବାଦୀର ଜନସାଧାରଣଙ୍କୁ ଆଘାତ ଦେଉଛି । ଦୀର୍ଘ ଦିନ ଧରି ପରିତ୍ଯକ୍ତ ଅବସ୍ଥାରେ ପଡ଼ି ରହିଥିବା ବକୁଳବନର ଏବେ ହେବ ବିକାଶ । ଏଭଳି ଆଭିମୂଖ୍ଯ ଗ୍ରହଣ ନେଇଛନ୍ତି ରାଜ୍ଯ ସରକାର । ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ବକୁଳବନ ପରିସର ପରିକ୍ରମା କରି ଏହାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ପିପିପି ମୋଡ଼ରେ ଏହାର ବିକାଶ କରାଯିବା ସହିତ ଏହାକୁ ବିଶ୍ୱର ଏକ ପ୍ରମୁଖ ପଯ୍ଯଟନ କ୍ଷେତ୍ର ଭାବରେ ପ୍ରତିଷ୍ଠିତ କରାଯିବ । ୧୯ ଏକର ପରିମିତ ସଂରକ୍ଷିତ ଜଙ୍ଗଲ ମଧ୍ଯରେ ପାଦଚଲା ରାସ୍ତା , ବିଶ୍ରାମ ପିଣ୍ଡି, ମୁକ୍ତ ପ୍ରେକ୍ଷାଳୟ, ଗ୍ଯାଲେରୀ, ଦୋକାନ ଗୃହର ମରାମତି, ପୋଖରୀ ଖନନ, ପ୍ରାକୃତି ନାଳର ପୁନରୁଦ୍ଧାର କରାଯାଇ ନୌକା ବିହାର ଆଲୋକିକରଣ , ଚିଲଡ଼୍ରେନ ପାର୍କ, ବଣଭୋଜି ସୁବିଧା ଓପନ ଜିମ ଆଦି ନିର୍ମାଣ କରାଯିବ । ଏହା ସହିତ ଐତିହ୍ଯ କିମ୍ବଦନ୍ତିରେ ପରିପୂର୍ଣ୍ଣ ସାକ୍ଷୀଗୋପୀନାଥ ମନ୍ଦିରର ଉନ୍ନତିକରଣ କରାଯିବ । ମନ୍ଦିର ସହିତ ଯୋଡ଼ି ହୋଇ ରହିଥିବା ତୀର୍ଥ ପୁଷ୍କରିଣୀ ରାଧାକୁଣ୍ଡ, ଶ୍ଯାମ କୁଣ୍ଡ , ଚନ୍ଦନ ପୁଷ୍କରୀଣୀର କରାଯିବ ଉନ୍ନତି କରଣ । ସାକ୍ଷୀଗୋପୀନାଥଙ୍କୁ ହାତଯୋଡ଼ି ଜିଲ୍ଲାପାଳ ଏବଂ ବିଧାୟକ ଆର୍ଶିବାଦ କାମନା କରିଥିଲେ ।