କୃଷି ଯନ୍ତ୍ରପାତିକୁ ସରକାର ଦେବେ ପୁରସ୍କାର

ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଉନ୍ନତ ଓ ଅଭିନବ କୃଷି ଯନ୍ତ୍ରପାତି ପ୍ରସ୍ତୁତ କରିଥିବା ଚାଷୀଙ୍କୁ ଏଣିକି ରାଜ୍ୟ ସରକାର ପୁରସ୍କୃତ କରିବେ | ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରତିଭାବାନ ଚାଷୀଙ୍କୁ ଏହି ପୁରସ୍କାର ଦିଆଯିବ | ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି | ଅଭିନବ ଯନ୍ତ୍ରପାତି ପାଇଁ ରାଜ୍ୟ ସ୍ତରରେ ୩ଟି ପ୍ରଥମ ପୁରସ୍କାର, ୩ଟି ଦ୍ଵିତୀୟ ପୁରସ୍କାର, ୩ଟି ତୃତୀୟ ପୁରସ୍କାର ଓ ଜିଲ୍ଲା ସ୍ତରରେ ୯୦ ଜଣଙ୍କୁ ପୁରସ୍କାର ଦିଆଯିବ | ସେହିପରି ଅଭିନବ ପରିକଳ୍ପନା ପାଇଁ ରାଜ୍ୟ ସ୍ତରରେ ଗୋଟିଏ ଲେଖାଏଁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଏବଂ ଜିଲ୍ଲା ସ୍ତରରେ ୩୦ ଜଣଙ୍କୁ ପୁରସ୍କୃତ କରାଯିବ | ଏହି ପୁରସ୍କାର ପାଇବାକୁ ଇଛୁକ ଥିବା ବ୍ୟକ୍ତିବିଶେଷ ଜାନୁୟାରୀ ୩୧ ୨୦୨୦ ସୁଦ୍ଧା ବ୍ଲକ ସ୍ତରୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଡ୍ରପବକ୍ସରେ ଦାଖଲ କରିପାରିବେ | ତେବେ ଏଥିପାଇଁ ନିର୍ଦ୍ଧାରିତ ଆବେଦନ ଫର୍ମ agrisnetodisha.ori.nic.in ରେ ଉପଲବ୍ଧ ଅଛି | ଏହାର ଚୟନ ପ୍ରକ୍ରିୟା ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା କରାଯିବ |

Spread the love