୧୮ ଘଣ୍ଟାରେ ନିର୍ମାଣ କଲେ ୨୫.୫୪ କିମି ହାଇଓ୍ଵେ

କେନ୍ଦ୍ର ସରକାର ନିକଟରେ ସଡକ ନିର୍ମାଣକୁ ନେଇ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣ ମାତ୍ର ୧୮ ଘଣ୍ଟାରେ ୨୫.୫୪ କିମି  ସିଙ୍ଗିଲ ଲେନ୍ ରାସ୍ତା ନିର୍ମାଣ କରି ଲିମ୍‌କା ବୁକ୍‌ ରେକର୍ଡରେ ନିଜ ନାମ ସ୍ଥାନିତ କରିଛି। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଚାରି ଲାଇନର ରାଜମାର୍ଗର ଗୋଟିଏ ରାସ୍ତା ମାତ୍ର ୧୮ ଘଣ୍ଟାରେ ନିର୍ମାଣ ହୋଇଛି।

ଏହି ସଡକର ଲମ୍ବ ୨୫.୫୪ କିଲୋମିଟର ରହିଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଟ୍ଵିଟ୍ କରି ସୋଲାପୁର-ବିଜାପୁର ଜାତୀୟ ରାଜପଥରେ ୪ ଲେନ୍‌  କାର୍ଯ୍ୟ ଅନ୍ତର୍ଗତ ୨୫.୫୪ କିଲୋମିଟରର ସିଙ୍ଗଲ ଲେନ ନିର୍ମାଣ କାର୍ଯ୍ୟ ମାତ୍ର ୧୮ ଘଣ୍ଟାରେ ପୂରା ହୋଇଛି। ଏହାକୁ ଲିମ୍‌କା ବୁକ୍ ଅଫ ରେକର୍ଡ୍ସରେ ସ୍ଥାନ ମିଳିଛି।କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଲେଖିଛନ୍ତି, ଠିକାଦାର କମ୍ପାନୀଙ୍କ ୫୦୦୦ କର୍ମଚାରୀ ଏଥିପାଇଁ ବହୁ ପରିଶ୍ରମ କରିଛନ୍ତି। ମୁଁ ସେହି କର୍ମଚାରୀଙ୍କ ସହିତ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣର ପ୍ରକଳ୍ପ ନିର୍ଦ୍ଦେଶକ, ଅଧିକାରୀ, ଠିକାଦାର କମ୍ପାନୀର ପ୍ରତିନିଧି ଓ ପ୍ରକଳ୍ପ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଉଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୋଲାପୁର-ବିଜାପୁର ଜାତୀୟ ରାଜପଥର ୧୧୦ କିମି କାର୍ଯ୍ୟର ପ୍ରଗତି ଜାରି ରହିଛି, ଯାହା ୨୦୨୧ ଅକ୍ଟୋବର ସୁଦ୍ଧା ସମାପ୍ତ ହେବ।

Spread the love