ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

 ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ  କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅରୁଣ ସାହୁ ଓ ସାଂସଦ ସଙ୍ଗୀତା ସିଂହଦେଓ ଉପସ୍ଥିତ ଅଛନ୍ତି ।  ଲୋକାର୍ପଣ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରତିଙ୍କ ବଲଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ପରେ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସଙ୍ଗୀତା ସିଂହଦେଓ, ମନ୍ତ୍ରୀ ଅରୁଣ ସାହୁ ଓ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଛନ୍ତି । 19 ମାସରେ 103 କୋଟି ଟଙ୍କା ବ୍ୟୟରେ ଏହି ବଟଲିଂ ପ୍ଲାଣ୍ଟ ନିର୍ମିତ ହୋଇଛି। ଏହି ପ୍ଲାଣ୍ଟ ଦ୍ଵାରା ପଶ୍ଚିମ ଓଡିଶାର 14 ଟି ଜିଲ୍ଲା ଉପକୃତ ହେବେ।

Spread the love