ଓଡ଼ିଶା ଛାଡ଼ିବେ ରାଜ୍ୟପାଳ: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଓଡ଼ିଶା ଛାଡ଼ିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସେହିପରି ନୂଆ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ତାରିଖରେ ଓଡ଼ିଶା ଆସିବେ। ଅକ୍ଟୋବର ୩୧ରେ ଶପଥ ନେବେ। ହାଇକୋର୍ଟ ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ଲୋକସେବା ଭବନ କନଭେନ‌୍‌ସନ୍‌ ସେଣ୍ଟର କି ରାଜଭବନରେ ଏହି ଶପଥ ପାଠ ଉତ୍ସବ ହେବ ସେନେଇ ଏ ପର୍ଯ୍ୟନ୍ତ କିଛି ସ୍ଥିର ହୋଇନି।

ଅପରପକ୍ଷେ ଦାୟିତ୍ବ ଗ୍ରହଣ ପୂର୍ବରୁ ନୂଆ ରାଜ୍ୟପାଳ ଝାଡ଼ଖଣ୍ଡରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ। ଏହାକୁ ସେ ନିଷ୍ଠାର ସହ ପାଳନ କରିବେ। ଓଡ଼ିଶା କିଭଳି ବିକାଶର ନୂଆ ଶିଖର ଛୁଇଁବ ଏବଂ ସରକାରଙ୍କ ସହ ସମନ୍ୱୟ ରଖି କାମ କରାଯାଇ ପାରିବ ସେ ଦିଗରେ ଗୁରୁତ୍ୱ ଦେବେ।

Spread the love