କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ବର, 16/11: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛଟ ପୂଜା ଉପରେ କଟକଣା ଲଗାଇଛନ୍ତି । ଏହି କଟକଣା ଅନୁଯାୟୀ ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି ।ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଏକ ଆଦେଶ ଅନୁସାରେ ଛଟ ପୂଜା ବେଳେ ବହୁସଂଖ୍ୟାରେ ଲୋକମାନେ ନଦୀ କୂଳ  ଓ ଘାଟଗୁଡ଼ିକରେ ଏକତ୍ରିତ ହୋଇପୂଜା କରୁଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା  ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି । ଲୋକମାନେ ନଦୀକୁ ଆସିବା ବଦଳରେ ଘରେ ରହି ଉପଯୁକ୍ତ କରୋନା ସତର୍କତା ସହ ଛଟ ପୂଜା ପାଳନ କରିବାକୁ ରାଜ୍ୟ ସରକାର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ନିର୍ଦ୍ଦେଶର ଉଲ୍ଲଙ୍ଘନ କରୁଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

Spread the love