ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଉପରେ କେନ୍ଦ୍ର ସରକାରଙ୍କ କଡ଼ା ଆକ୍ସନ୍

ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଉପରେ କେନ୍ଦ୍ର ସରକାରଙ୍କ କଡ଼ା ଆକ୍ସନ୍ । ପାକିସ୍ତାନୀ ସରକାରୀ ଆତଙ୍କବାଦୀ ଗୋଷ୍ଠୀ TRFକୁ ବ୍ୟାନ୍ କଲେ କେନ୍ଦ୍ର ସରକାର ।  ଦି ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଏକ ନିଷିଦ୍ଧ ସଂଗଠନ ଘୋଷିତ କଲା ଗୃହ ମନ୍ତ୍ରଣାଳୟ । TRF ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କବାଦୀ ନିଯୁକ୍ତି, ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଜାମ୍ମୁ କାଶ୍ମୀରରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ତଥା ନିଶା କାରବାର ପାଇଁ ଅନଲାଇନ୍  ମାଧ୍ୟମରେ ଯୁବକମାନଙ୍କୁ ନିଯୁକ୍ତି ଦେଉଛି। ଏହି ଗୋଷ୍ଠୀ 2019 ରେ ନିଷିଦ୍ଧ ଲଶ୍କର-ଇ-ତାଇବାଙ୍କର ପ୍ରକ୍ସି ଭାବରେ ସୃଷ୍ଟି ହୋଇଥିଲା ।  ଯାହା 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟରେ ଜଡିତ ଥିଲା। ଯାହାକୁ ଏକ ନିଷିଦ୍ଧ ସଂଗଠନ ଭାବେ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ ।

Spread the love