ପଞ୍ଜାବରେ କଂଗ୍ରେସକୁ ଲାଗିବ ଶକ୍ତ ଝଟ୍‌କା, ସରକାର ଗଢିବ ଆପ୍‌!

ଅମୃତସର ୨୫/୦୧: ପଞ୍ଜାବରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି । ଚଳିତ ବିଧାନସଭା ନିର୍ବାଚନରେ କଡା ଟକ୍କର ଦେଖିବାକୁ ମିଳିବ ଏଥିରେ ସନ୍ଦେହ ନାହିଁ । କାରଣ କଂଗ୍ରେସ, ବିଜେପି, ଆପ୍‌ କେହି କାହାଠୁ କମ୍‌ ନୁହଁନ୍ତି । ସତ୍ତାକୁ ଆସିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ୩ ପ୍ରମୁଖ ଦଳ । କଂଗ୍ରେସ ପୁଣିଥରେ ସରକାର ଗଢିବା ​‌ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି କଡା ଟକ୍କର ଦେଉଛି । ଅନ୍ୟପଟେ କଂଗ୍ରେସରୁ ଅଲଗା ହୋଇ ଦଳ ଗଢିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢୁଛି । ଏହା ଦ୍ବାରା କଂଗ୍ରେସର ଭୋଟ ବ୍ୟବଧାନ କମିବ ଏଥିରେ ସନ୍ଦେହ ନାହିଁ । ଶିରୋମଣୀ ଅକାଳୀ ଦଳ ବିଏସ୍‌ପି ସହ ମିଶି ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଏ ସମସ୍ତଙ୍କୁ ଛାଡି ଚାଷୀମାନେ ମଧ୍ୟ ସ୍ବତନ୍ତ୍ରମାବେ ଏକ ଦଳ ଗଠନ କରି ନିର୍ବାଚନ ଲଢୁଛନ୍ତି ।

ପଞ୍ଜାବର ମୋଟ ୧୧୭ ଆସନ ମଧ୍ୟରୁ C-Voter ସର୍ଭେ ଅନୁଯାୟୀ, କଂଗ୍ରେସକୁ ୩୭-୪୩ ଆଓନ ମିଳୁଥିବା ବେଳେ, ଆପ୍‌କୁ ୫୨-୫୮ ଆସନ, ଅକାଳୀ ଦଳକୁ ୧୭-୨୩ ଆସନ ଏବଂ ବିଜେପିକୁ ମାତ୍ର ୧-୩ଟି ଆସନ ମିଳୁଛି । Zee ଡିଜାଇନ୍‌ର ସର୍ଭେ ଅନୁଯାୟୀ, କଂଗ୍ରେସ ୪୨-୪୮ଟି ଆସନ ପାଉଥିବା ବେଳେ ଆପ୍‌ ୫୦-୫୬ ଆସନ, ଅକାଳୀ ଦଳ ୧୩-୧୭ ଆସନ ଏବଂ ବିଜେପିକୁ ମାତ୍ର ୧-୩ଟି ଆସନ ମିଳୁଛି ।

India Aheadର ସର୍ଭେ ଅନୁଯାୟୀ, କଂଗ୍ରେସକୁ ୪୦-୪୪ ଆସନ ମିଳୁଥିବା ବେଳେ, ଆପ୍‌କୁ ୫୯-୬୪ ଆସନ, ଅକାଳୀ ଦଳକୁ ୮-୧୧ ଆସନ ଏବଂ ବିଜେପିକୁ ୨-୪ଟି ଆସନ ମିଳିବ । ଟାଇମ୍ସ ନାଓ ଭେଟୋ ଅନୁଯାୟୀ, ପଞ୍ଜାବରେ କଂଗ୍ରେସକୁ ୪୧-୪୭ ଆସନ ମିଳୁଥିବା ବେଳେ, ଆପ୍‌କୁ ୫୪-୫୮ ଆସନ, ଅକାଳୀ ଦଳକୁ ୧୧-୧୫ ଆସନ ଏବଂ ବିଜେପିକୁ ୧-୩ ଆସନ ମିଳୁଛି । ଇଣ୍ଡିଆ ନ୍ୟୁଜ୍‌ ସର୍ଭେ ଅନୁସାରେ, କଂଗ୍ରେସ ୩୨-୪୨ ଆସନରେ ବିଜୟୀ ହେଉଥିବା ବେଳେ, ଆପ୍‌ ୫୮-୬୫ ଆସନରେ ବିଜୟୀ ହେବାର ସମ୍ଭାବନା ରହିଛି, ଅକାଳୀ ଦଳ ୧୫-୧୮ ଆସନ ଏବଂ ବିଜେପି ୧-୨ ଆସନରେ ବିଜୟୀ ହେବା ନେଇ ଅନୁମାନ କରାଯାଉଛି ।​‌

Spread the love