ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମୂଲ୍ୟ ବୃଦ୍ଧି କରିଲେ ରାଜ୍ୟ ସରକାର

ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଦରଦାମ ବୃଦ୍ଧି ଯୋଗୁଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଆଉ କୌଣସି ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ । ଏ ସଂକ୍ରାନ୍ତରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟାହ୍ନ ଭୋଜନର ନୋଡାଲ୍‌ ଅଧିକାରୀ ଚିଠି ପ୍ରେରଣ କରିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ପ୍ରାଥମିକ ବିଦ୍ୟାଳୟରେ ପଠନ କରୁଥିବା ଜଣେ ପିଲାର ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବରୁ ଥିବା ୪ଟଙ୍କା ୯୩ ପଇସାକୁ ବର୍ତ୍ତମାନ ୫ଟଙ୍କା ୪୨ ପଇସା ବୃଦ୍ଧି କରାଯାଇଛି । ସେହିଭଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଠନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପୂର୍ବରୁ ରହିଥିବା ୭ଟଙ୍କା ୩୬ ପଇସାକୁ ଏବେ ୮ଟଙ୍କା ୧୦ ପଇସାକୁ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ମୂଲ୍ୟକୁ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି ।

Spread the love