ସରକାରୀ ଜାଗା ଜବରଦଖଲକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୧୦ ଆହତ

ଜଳେଶ୍ୱର, ୧୮|୦୭:  ବାଲେଶ୍ଵର ଜିଲ୍ଲା ସିଙ୍ଗଲା ଥାନା ଦେଭୋଗ ଗାଁରେ ଜମିଜମାକୁ ନେଇ ଗଣ୍ଡଗୋଳ। ଉଭୟ ପକ୍ଷରୁ ୧୦ରୁ ଅଧିକ ଗୁରୁତର । ସମସ୍ତଙ୍କୁ ବସ୍ତା ଓ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଗାଁର ସେକ୍ ମୋତି ଏବଂ ସେକ ଯଫିରୁଦ୍ଦିନ ଦୁଇ ପରିବାର ମଧ୍ୟରେ ସରକାରୀ ଜାଗା ଦଖଲକୁ ନେଇ ଦୀର୍ଘ ଦିନ ଧରି ବାଦ ବିବାଦ ଲାଗିରହିଥିଲା । ସେହି ବିବାଦୀୟ ଜାଗାର ମାପ ଚାଲିଥିବା ବେଳେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିଲା। ମୋତି ପରିବାରର ୪୦ରୁ ଅଧିକ ଲୋକ ଆସି ଜଫିରୁଦ୍ଦିନ ପରିବାର ଉପରେ ଆକ୍ରମଣ କରିଥିଲେ । ଜଫିରୁଦ୍ଦିନଙ୍କ ଘରେ ପଶି ସମସ୍ତ ଆସବାବପତ୍ର ନଷ୍ଟ କରିଥିବା ବେଳେ ଗଣ୍ଡଗୋଳରେ ଉଭୟ ପକ୍ଷରୁ ୧୦ରୁ ଅଧିକ ଆହତ ହୋଇଥିଲା ।

ସମସ୍ତ ଆହତ ଗୁରୁତର ମାନଙ୍କୁ ବସ୍ତା ମେଡିକାଲ ପଠାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।

Spread the love