ଏୟାର ଇଣ୍ଡିଆ ସହ ସଂଶ୍ଳିଷ୍ଠ ଆଉ ୪ କମ୍ପାନୀ ବିକ୍ରି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ‘ଏୟାର ଇଣ୍ଡିଆ’ ପରେ ଏହା ସହ ସମ୍ପୃକ୍ତ ଅନ୍ୟ ୪ ସରକାରୀ କମ୍ପାନୀକୁ ବି ବିକ୍ରି କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏହି ୪ କମ୍ପାନୀ ହେଲା-ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେଜ୍ ଲିମିଟେଡ୍।(AASL) ବା ଏଲାଏନ୍ସ ଏୟାର, ଏୟାର ଇଣ୍ଡିଆ ଇଞ୍ଜନିୟରିଂ ସର୍ଭିସେଜ ଲିମିଟେଡ୍(ଏଆଇଇଏସ୍‌ଏଲ୍‌) ଓ ହୋଟେଲ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍(ଏଚ୍‌ସିଆଇ)। ଏହି କମ୍ପାନୀଗୁଡ଼ିକରେ ସରକାରୀ ଅଂଶଧନ ଥିବାରୁ ସରକାର ଏଗୁଡ଼ିକୁ ବିକ୍ରି କରିବାକୁ  ଚାହୁଁଛି।

ବିଜ୍‌ନେସ୍‌ ଟୁଡେର ଏକ ରିପୋର୍ଟ ଅନୁସାରେ, ପ୍ରସ୍ତାବିତ ବିକ୍ରି ଯୋଜନା ଉପରେ କାମ ଆରମ୍ଭ ହୋଇଯାଇଛି। ୱାର୍ଡ ଗ୍ରୁପ୍, ସେଲେବି ଏଭିଏଶନ ଓ ଆଇ ସ୍କ୍ୱାର୍ଡ କ୍ୟାପିଟଲ ଏଆଇଏଟିଏସ୍ଏଲ୍‌ର ଅଧିଗ୍ରହଣ କରିବାକୁ ଚାହୁଁଥିବା ଜଣାପଡ଼ିଛି।

ଟେଣ୍ଡରରେ ଭାଗ ନେବାକୁ ଥିବା ୱାର୍ଡ ଗ୍ରୁପ ଏକ ଥାର୍ଡପାର୍ଟି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ବିଦେଶୀ କମ୍ପାନୀ ହୋଇଥିବା ବେଳେ ସେଲେବି ଏଭିଏସନ ହୋଲ୍ଡିଂ ତୁର୍କିଂ ସ୍ଥିତ ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ କମ୍ପାନୀ ଓ ଆଇସ୍କେର୍ଡର କ୍ୟାପିଟାଲ ଏକ ଘରୋଇ ଇକ୍ୱିଟି କମ୍ପାନୀ। ସୂଚନା ଥାଉକି ଚଳିତ ବର୍ଷ ଆରମ୍ଭରୁ କେନ୍ଦ୍ର ସରକାରା ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌କୁ ବିକ୍ରି କରିଦେଇଥିଲେ। କମ୍ପାନୀ ଏବେ ଏୟାର ଇଣ୍ଡିଆକୁ ପରିଚାଳନା କରୁଛି।  

Spread the love