ୟୁଟ୍ୟୁବ ଏବଂ ଫେସବୁକକୁ ଭାରତ ସରକାରଙ୍କ କଡ଼ା ଚେତାବନୀ
ଭାରତ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଭିଡିଓ ଷ୍ଟ୍ରିମିଂ ସାଇଟ ୟୁଟ୍ୟୁବକୁ ତାଗିଦ କରିଛନ୍ତି । ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ଡିପଫେକ ଏବଂ ଫେକ ନ୍ଯୁଜର ପ୍ରସାର ବନ୍ଦ କରିବାକୁ ସରକାର ଚେତାବନୀ ଦେଇଛନ୍ତି । ଏକ ରୁଦ୍ଧଦ୍ୱାର ବୈଠକରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଡିପଫେକ ଏବଂ ଫେକ ନ୍ଯୁଜର ପ୍ରସାରଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ।
ମିଡ଼ିଆ ରିପୋର୍ଟ ଅନୁଯାୟୀ ସରକାର ଅଗ୍ରଣୀ ସୋସିଆଲ ମିଡିଆ କମ୍ପାନୀଗୁଡିକ ସହିତ ଏକ ବୈଠକ କରିଥିଲେ ଯେଉଁଥିରେ ଏକ ସପ୍ତାହ ମଧ୍ୟରେ ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଅନୁଯାୟୀ ସମସ୍ତ ସୋସିଆଲ ମିଡିଆ ଉପରେ ମିଡିଆ ନିୟମ ୨୦୨୨ ଲାଗୁ କରାଯିବ । ସୋସିଆଲ୍ ମେଡ଼ିଆ ପ୍ଲାଟଫର୍ମଗୁଡିକର ବିଷୟବସ୍ତୁ ଏବଂ ଶିଶୁମାନଙ୍କ ପାଇଁ ବିପଦପୂର୍ଣ୍ଣ କଣ୍ଟେଣ୍ଟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ ।
ସରକାରଙ୍କ କଡ଼ା ପଦକ୍ଷେପ
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସରକାର ଡିପଫେକ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରୁଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ଏଆଇ ସହାୟତାରେ ମିଥ୍ୟା ଖବର ପ୍ରସାରଣକୁ ରୋକିବା ନିହାତି ଆବଶ୍ୟକ । ରିପୋର୍ଟ ଅନୁସାରେ ମିଥ୍ୟା ଖବର ପ୍ରଚାର କରୁଥିବା ଏଭଳି ପ୍ଲାଟଫର୍ମ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏଥିପାଇଁ ସରକାର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି । ଆମେ ଆପଣଙ୍କୁ କହିଦେଉଛୁ ଯେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଡିପଫେକ ପ୍ରସଙ୍ଗ ଉଠାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜି -20 ବୈଠକରେ ଡିପଫେକର ବିପଦ ଏବଂ ଏଆଇର ନିୟନ୍ତ୍ରଣ ଉପରେ ପ୍ରଶ୍ନ ଉଠାଇଥିଲେ ।