ହକି ବିଶ୍ୱକପରୁ ବିଦା ପରେ କୋଚ୍ ପଦରୁ ଗ୍ରାହାମ ରିଡଙ୍କ ଇସ୍ତଫା

ହକି ବିଶ୍ୱକପରେ ଭାରତର ବିଫଳତା ପରେ ଇସ୍ତଫା ଦେଇଛନ୍ତି କୋଚ୍ ଗ୍ରାହାମ ରିଡ୍ । ନିଜର ଇସ୍ତଫା ପତ୍ର ସେ ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀଙ୍କୁ ପ୍ରଦାନ କରିଛନ୍ତି । ଓଡିଶାରେ ଖେଳାଯାଇଥିବା ବିଶ୍ୱକପରେ ଭାରତୀୟ ଦଳ କ୍ୱାଟର ଫାଇନାଲରେ ପ୍ରବେଶ କରିପାରିନଥିଲା । ରିଡଙ୍କ ସହ ବିଶ୍ଳେଷକ କୋଚ ଗ୍ରେଗ କ୍ଲାର୍କ ଏବଂ ବୈଜ୍ଞାନିକ ପରାମର୍ଶଦାତା ଡେଭିଡ୍ ପେମ୍ବରଟନ ମଧ୍ୟ ଇସ୍ତଫା ଦେଇଛନ୍ତି ।

ହକି ଇଣ୍ଡିଆ ମଧ୍ୟ ସମସ୍ତଙ୍କ ଇସ୍ତଫାକୁ ସ୍ୱୀକାର କରିନେଇଛି । ହକି ବିଶ୍ୱକପ ସମାପନର ଗୋଟିଏ ଦିନ ପରେ ଗ୍ରାହାମ ରିଡ ଇସ୍ତଫା ପ୍ରଦାନ କରିଛନ୍ତି । ସେ ଇସ୍ତଫା ପତ୍ରରେ ଲେଖିଛନ୍ତି, ବର୍ତ୍ତମାନ ସମୟ ଆସିସାରିଛି ମୋର ଇସ୍ତଫାର । ଭାରତୀୟ ଦଳ ଏବଂ ହକି ଇଣ୍ଡିଆ ସହ କାମ କରିବା ମୋ ପାଇଁ ସୌଭାଗର କଥା । ମୁଁ ମୋର ଏହି ଯାତ୍ରାକୁ ବେସ ଭଲ ଭାବେ ବିତାଇଲି । ମୁଁ ଦଳକୁ ଆଗାମୀ ଯାତ୍ରା ପାଇଁ ଶୁଭକାମନା ଜଣାଉଛି ।

Spread the love