କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିନା ସ୍ୱାଥରେ ଯିଏ ସାହାଯ୍ୟ ଯୋଗାଏ ସେ ହେଉଛି ଭାରତ।ତେଣୁ କୁହାଯାଏ ବିଶ୍ୱରେ ବିପଦ ବେଳେ ଆଗରେ ଭାରତ। ନିଜେ ବିପଦ ମଧ୍ୟରେ ରହି ମଧ୍ୟ ସବୁବେଳେ ସମସ୍ତଙ୍କୁ ସହଯୋଗ କରିଆସିଛି। ମହାମାରୀ ସମୟରେ ଟିକା ବଣ୍ଟନ ହେଉ କିମ୍ବା ୟୁକ୍ରେନ୍‌ କ୍ରାଇସିସ୍‌ ସମୟରେ ରିଲିଫ ସାମଗ୍ରୀ ଦେବା, ଭାରତ ଯଥାସମ୍ଭବ ସହଯୋଗ ଦେଇଛି। ବର୍ତ୍ତମାନ ଶ୍ରୀଲଙ୍କାରେ ଆର୍ଥିକ ନିଅଣ୍ଟିଆ ପରିସ୍ଥିତି ଦେଖାଦେଇଛି। ଆଉ ଭାରତ ପଡ଼ୋଶୀ ଶ୍ରୀଲଙ୍କା ପାଇଁ ଦେବଦୂତ ସାଜି ବଢ଼ାଇଛି ସହଯୋଗର ହାତ। ଆଉ ଭାରତର ଏହି ଉପକାରକୁ ନ ଭୁଲି କୃତଜ୍ଞତା ଜଣାଇଛନ୍ତି ଶ୍ରୀଲଙ୍କା।ଗତକାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶ୍ରୀଲଙ୍କାରେ ପହଞ୍ଚି ବଙ୍ଗୋପସାଗରର ବହୁ କ୍ଷେତ୍ରୀୟ ବୈଷୟୀକ ଜ୍ଞାନ କୌଶଳ ତଥା ଆର୍ଥିକ ସହଯୋଗ(BIMSTEC) ପାଇଁ ୭ ଦେଶର ଶିଖର ସମ୍ମିଳନୀରେ ଯୋଗ ଦେବେ ଏବଂ ଏହି ସମୟରେ ଶ୍ରୀଲଙ୍କା ସହିତ ମଧ୍ୟ ଦ୍ୱିପାଖିକ ଆଲୋଚନା ହେବ।

ଏନେଇ ଜୟଶଙ୍କର ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାଖେଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତର ଆର୍ଥିକ ସହଯୋଗ ପାଇଁ ଜୟଶଙ୍କରଙ୍କ ପାଖରେ ଅନେକ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାଜପାକ୍ଷେ। ଏନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ ଏକ ବିବୃତ୍ତି ଜାରି କରାଯାଇଛି।

ଯେଉଁଥିରେ ଲେଖାଯାଇଛି “ଜୟଶଙ୍କର ଶ୍ରୀଲଙ୍କା ଭ୍ରମଣରେ ଖୁସିର କଥା। ଖାଦ୍ୟ, ଔଷଧ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ୧ ବିଲିୟନ ୟୁଡିଏସ୍ ଲାଇନ ଅଫ୍ କ୍ରେଡିଟ୍ ସହଯୋଗ କରିଥିବାରୁ ଭାରତକୁ ଅଶେଷ ଧନ୍ୟବାଦ।”

ଜୟଙ୍କର ସୋମବାର ଠାରୁ ୩ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ସେ ୭ ଦେଶର ଶିଖର ସମ୍ମିଳନୀରେ ଯୋଗ ଦେବା ସହିତ ଶ୍ରୀଲଙ୍କା ସହିତ ବାଣିଜ୍ୟିକ ସହଯୋଗ ନେଇ ଆଲୋଚନା କରିବେ। ଫେବ୍ରୁଆରୀରେ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ସଂକଟାପନ୍ନ ରହିଛି। ମହଙ୍ଗା ଦର ୧୫.୧ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି ଖାଦ୍ୟସାମଗ୍ରୀ ମହଙ୍ଗା ଦର ୨୫.୭ ପ୍ରତିଶତକୁ ବୃଦ୍ଧି ପାଇଛି।

Spread the love