ଗ୍ରୀନ ରଙ୍ଗ ମିଶି ଧଳା ମଟର ହେଉଛି ଗ୍ରୀନ ମଟର, ପକୋଡାରେ ମିଶୁଛି ମୁଣ୍ଡଫଟା ରଙ୍ଗ

ଗ୍ରୀନ ରଙ୍ଗ ମିଶି ଧଳା ମଟର ହେଉଛି ଗ୍ରୀନ ମଟର, ପକୋଡାରେ ମିଶୁଛି ମୁଣ୍ଡଫଟା ରଙ୍ଗ। ବିଶ୍ୱାସ ହେଉ ନଥିଲେ ମଧ୍ୟ ଘଟଣା ସତ। ଫାଷ୍ଟ ଫୁଡ଼ ପ୍ରେମରେ ଏବେକାର ଯୁବପୀଢ଼ି। ଆପଣମାନେ ଖାଉଥିବା ଏହି ଫାଷ୍ଟ ଫୁଡ଼ କେତେ ସୁରକ୍ଷିତ। ଫାଷ୍ଟ ଫୁଡ଼ ହୋଟେଲ ହେଉ ଅବା ରାସ୍ତା କଡର ଫୁଡ଼ ଷ୍ଟଲ। ଅଧିକାଂଶ ଫୁଡ଼ ଷ୍ଟଲରେ ବିକ୍ରୀ ହେଉଛି ଏଭଳି କେମିକାଲ ଯୁକ୍ତ ଖାଦ୍ୟ ସହିତ ବାସି ଖାଦ୍ୟ।

ବିଭିନ୍ନ ହୋଟେଲ ଓ ଫୁଡ଼ ଷ୍ଟଲରୁ ବିପୁଳ ପରିମାଣର ବାସି ଖାଦ୍ୟ ନଷ୍ଟ କରିଛି ସିଏମସି ଫୁଡ଼ ସେପ୍ଟି ବିଭାଗ। ଗତ ଦୁଇ ଦିନ ଧରି କଟକ ସହରର ବିଭିନ୍ନ ମିଠା ଦୋକାନ, ଫୁଡ଼ ଷ୍ଟଲ, ରେଷ୍ଟୁରାଣ୍ଟ, ହୋଟେଲ ଉପରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ ଜାରି ରହିଛି। ଖାଦ୍ୟର ମାନ ପରୀକ୍ଷା କରୁଛି ସିଏମସି ସ୍ୱାସ୍ଥ୍ୟ ବିଭାଗ। ଗତ କାଲି ୨୦ ଟି ଦୋକାନରେ ଚଢ଼ାଉ କରିଥିଲା ବିଭାଗ। ଆଜି ମଧ୍ୟ ଏହି ଚଢ଼ାଉ ଜାରି ରହିଛି।

ଗତକାଲି ୨୦ ଟି ଦୋକାନ ଷ୍ଟଲରୁ ଫାଇନ ଆଦାୟ ହୋଇଥିବା ବେଳେ ଆଜି ତିନୋଟି ଫାଷ୍ଟ ଫୁଡ଼ ହୋଟେଲ ସିଲ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ। ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ଏଭଳି କେମିକାଲ ଯୁକ୍ତ ଓ ବାସି ଫାଷ୍ଟ ଫୁଡ଼ ସ୍ୱାସ୍ଥ୍ୟ  ଅନେକ କ୍ଷତି ପହଂଚାଉଛି।

Spread the love