ଗ୍ରୀନ ମଟର ଅଧିକ ଖାଉଛନ୍ତି କି ! ହୋଇଯାନ୍ତୁ ସାବଧାନ

ଶୀତଦିନ ଆସିବା ମାତ୍ରେ ଗ୍ରୀନ ମଟର ମାର୍କେଟକୁ ଆସିଯାଏ। ତେଣୁ ପ୍ରତିଟି ଖାଦ୍ୟରେ ଗ୍ରୀନ ମଟରର ବ୍ୟବହାର ଅଧିକାଂଶ ଲୋକେ କରନ୍ତି। କିଛି ଲୋକ ଏହାକୁ ସିଝାଇ ମଧ୍ୟ ଖାଆନ୍ତି। ଗ୍ରୀନ ମଟର ଖାଇବା ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ମଧ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ। ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ?

ମଟରରେ ଥିବା ଭିଟାମିନ ଶରୀରରେ କ୍ୟାନସୀ କୋଷିକାକୁ ବୃଦ୍ଧି କରିବାକୁ ଦିଏନାହିଁ। ଏଥିରେ ଥିବା ପୋଷକ ତ୍ତ୍ୱ ହାଡକୁ ମଜବୁତ କରିଥାଏ କିନ୍ତୁ ଅଧିକ ମାତ୍ରାରେ ମଟର ଖାଇବା ଅନୁଚିତ। ଗ୍ରୀନ ମଟର ଅଧିକ ଖାଇବା ଦ୍ୱାରା ଶରୀରରେ ଭିଟାମିନ କେ ଲେବଲ ବଢିଯାଏ। ଏହା ରକ୍ତକୁ ପତଳା କରି ପେଟଲେଟ କାଉଣ୍ଟକୁ କମ୍‌ କରିଦିଏ। ଏଥିପାଇଁ ଘା ଭଲ ହେବା ପାଇଁ ଅଧିକ ସମୟ ଲାଗିଥାଏ। ଯଦି ଆପଣଙ୍କର ପେଟଜଡିତ ସମସ୍ୟା ରହିଥାଏ, ତେବେ ମଟର ଅଧିକ ଖାଇବା ଉଚିତ ନୁହେଁ।

ଗ୍ରୀନ ମଟରରେ ପ୍ରୋଟିନ, ଓମିନୋ ଏସିଡ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ। ଏଥିରେ ଭିଟାମିନ ଡି ମଧ୍ୟରହିଥାଏ। ଯାହା ହାଡ ପାଇଁ ଜରୁରୀ। କିନ୍ତୁ ଗ୍ରୀନ ମଟର ଅଧିକ ମାତ୍ରାରେ ଖାଇବା ଦ୍ୱାରା କ୍ୟାଲସିଅମ ଲେବଲ କମ୍‌ ହୋଇଥାଏ ଏବଂ ୟୁରିକ ଏସିଡ ବଢିଯାଇଥାଏ। ୟୁରିକ ଏସିଡ ବଢିବା ଯୋଗୁଁ ଗଣ୍ଠିରେ ଯନ୍ତ୍ରଣା ବଢିଯାଏ। ଅଧିକ ଗ୍ରୀନ ମଟର ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖାଦିଏ।

ମଟର ଅଧିକ ଖାଇଲେ ପେଟରେ ଯନ୍ତ୍ରଣା ଦେଖାଦିଏ। ଗ୍ୟାସ ସମସ୍ୟା ମଧ୍ୟ ଉପୁଜେ। ମଟରରେ ବହୁତ ଅଧିକ ମାତ୍ରାରେ କାର୍ବୋ ହାଇଡ୍ରେଟ୍‌ ରହିଥାଏ। ଅଧିକ ମାତ୍ରାରେ ମଟର ଖାଇବା ଦ୍ୱାରା ସହଜରେ ହଜମ ହୁଏ ନାହିଁ। ଅଧିକ ମାତ୍ରାରେ ମଟର ଖାଇଲେ ଡାଇରିଆ ଭଳି ସମସ୍ୟା ଦେଖାଦିଏ।

ଗ୍ରୀନ ମଟର ଖାଇବା ଦ୍ୱାରା ଶରୀର ଫ୍ୟାଟ୍‌ ବଢିଯାଏ। ପ୍ରୋଟିନ ଏବଂ ଫାଇବରର ବହୁତ ଭଲ ସ୍ରୋତ୍‌ ରହିଥାଏ। କିନ୍ତୁ ଏହାକୁ ଅଧିକ ଖାଇବା ମନା।

ଅଧିକ ମଟର ଖାଇବା ଦ୍ୱରୋ ଶରୀରକୁ ପୋଷକ ତତ୍ତ୍ୱ ମିଳେ ନାହିଁ। ମଟରରେ ଥିବା ଫାଇଟିକ ଏସିଡ ଏବଂ ଲାକ୍ଟେନ ପୋଷ୍ଟକ ତତ୍ତ୍ୱ ଅବଶୋଷଣରେ ବାଧା ଆଣିଦିଏ।

Spread the love