କେନ୍ଦ୍ରାପଡାରେ ମହିଳାଙ୍କୁ ଉଲଗ୍ନ କରି ମାଡ !

କ୍ରୋଧ କୁ ନିୟନ୍ତ୍ରଣ କରିନପାରିଲେ ମଣିଷ ଯେ ପଶୁ ପାଲଟିଯାଏ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲାରେ ।  ଏଭଳି  ଘଟଣା ଘଟିଛି ରାଜକନିକା ଡାଲିକାଇନ୍ଦା ଗ୍ରାମରେ। ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ପରେ ତାହା ଉଗ୍ରରୂପ ନେଇଥିଲା। ଫଳରେ ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଉଲଗ୍ନ କରି ମାଡ଼ ମରାଯାଇଥିବା ଦେଖିବାକୁ ମିଳିଛି ।

ସୀଚନା ଅନୁସାରେ, ଜମିଜମା ବିବାଦକୁ ନେଇ ପିଡୀତା ମହିଳା ଜଣକ ଆଗରୁ ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ପୋଲିସ କୌଣସି ପଦକ୍ଷେପ ନେଇନଥିବାରୁ ମହିଳାଙ୍କ ସହିତ ଏପରି ଘଟିଥିବା ଅଭିଯୋଗ ହୋଇଛି।  ତେବେ ଏନେଇ ରାଜକନିକା ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୀଡିତା ମହିଳା ଜଣଙ୍କ ଉକ୍ତ ଘଟଣାର ଭିଡିଓ ରାଜକନିକା ଥାନାରେ ଦେଇଥିବା ଜଣାପଡିଛି।

Spread the love