ସୁନ୍ଦର ତ୍ୱଚା ପାଇଁ ଚିନାବାଦାମ ସହ ନିଅନ୍ତୁ ଏହି ଜିନିଷ

ବର୍ଷା ଓ ଆଦ୍ରର୍ତା କାରଣରୁ ଚେହେରା ସାଧାରଣତଃ ମଳିନ ଦେଖାଯାଇଥାଏ । ଏପରି କ୍ଷେତ୍ରରେ ତ୍ବଚାକୁ ଚମକାଇଥାଏ ଚିନାବାଦାମ । ବାଦାମ ଫେସପ୍ୟାକ୍‌ ଚେହେରାର ଉଜ୍ଜ୍ବଳ ବୃଦ୍ଧି କରିବା ସହ ଫଳପ୍ରଦ ହୋଇଥାଏ ।ଭିଟାମିନ ‘c’ ଓ ‘e’ରେ ଭରପୁର ଚିନାବାଦାମ ଫେସପ୍ୟାକ୍‌ ଏମିିି ପାଗ ପାଇଁ ବେଷ୍ଟ କ୍ଲିଜିଂ ଭାବେ ପ୍ରମାଣିତ। ଏହାସହ ତ୍ବଚାର କୋଲେଜନ ବଢାଇ ଦାଗଚିହ୍ନ ଦୂର କରିଥାଏ । ଆସନ୍ତୁ ଜାଣିବା ଚିନାବାଦାମ ପ୍ୟାକ୍‌ର ପ୍ରସ୍ତୁତ ପ୍ରଣାଳୀ –

ବାଦାମ ଓ କ୍ଷୀର : ଚେହେରାରୁ ଦାଗ ଦୂର କରିଥାଏ ବାଦାମ ଓ କ୍ଷୀର ପ୍ୟାକ୍‌  । ଏଥିପାଇଁ ୨ ଚାମଚ ଚିନାବାଦାମକୁ ଭିଜାଇ ବାଟି ଦେଇ ଏହି ପେଷ୍ଟରେ ୨ ଚାମଚ କ୍ଷୀର ଓ ୩ ରୁ ୪ ଚାମଚ ଗୋଲାପ ଜଳ ମିଶାଇ ତ୍ବଚାରେ ଲଗାନ୍ତୁ । ୧୦ ମିନିଟ ପରେ ଉଷୁମ ପାଣିରେ ଚେହେରା ଧୋଇ ନିଅନ୍ତୁ ।

ବାଦାମ ଓ କମଳା : ଭିଟାମିନ ସ c ରେ ଭରପୁର କମଳା ଓ ବାଦାମର ଫେସମାସ୍କ ତ୍ବଚାର ପୋର୍ସକୁ ସଫା କରି ନରମ ଓ ଉଜ୍ଜ୍ବଳ କରିବାରେ ସାହାଯ୍ୟ କରିଥାଏ  । ଏହି ମାସ୍କ ପ୍ରସ୍ତୁତ ପାଇଁ ୨ଟି କମଳା ସହ ବାଦାମକୁ ବାଟି ପେଷ୍ଟରେ ୪ ଚାମଚ କ୍ଷୀର ମିଶାଇ ତ୍ବଚାରେ ଲଗାନ୍ତୁ  । ୨୦ ମିନିଟ ପରେ ଗରମ ପାଣିରେ ଧୋଇବା ଦ୍ବାରା ଚେହେରା ଚମକିଥାଏ ।

ବାଦାମ ଓ କଦଳୀ : ବାଦାମ ଓ କଦଳୀ ଫେସମାସ୍କ ପ୍ରସ୍ତୁତ କରିବା ପାଇଁ ୨ଟି କଦଳୀ ଚକଟି ନିଅନ୍ତୁ  । ଏଥିରେ ୨ ଚାମଚ ପିନଟ ବଟର ମିଶାଇ ଚେହେରାରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ନିଅନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏପରି ଫେସପ୍ୟାକ୍‌ ଲଗାଇବା ଦ୍ବାରା ଚେହେରା ଉଜ୍ଜ୍ବଳ ଦିଶିଥାଏ  ।

Spread the love