ଜିଆରଏସଙ୍କ ଅଦଳ ବଦଳ, ଦୃନୀତି ଲୁଚେଇବାକୁ ପ୍ରଶାସନ ର ସହଯୋଗ କି?

ସଇଁନ୍ତଲା, ଅନେକ ଦୃନୀତି କୁ ନେଇ ସବୁବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଚର୍ଚ୍ଚା ରେ ରହିଆସିଛି l କେତେବେଳେ ମୃତ ବ୍ୟକ୍ତି ଙ୍କ ନାଁରେ ମନରେଗା ଟଙ୍କା ତ ଆଉ କେତେବେଳେ କଲେଜ ଛାତ୍ର ଛାତ୍ରୀ ଙ୍କ ନାଁରେ ଟଙ୍କା l ମିଥ୍ୟା ବିଲ କରି କେତେବେଳେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ତ ଆଉ କେତେବେଳେ ଘଟଣା ର ତଦନ୍ତ ପରେ ପ୍ରଶାସନ ଫାଇଲତଳେ ଚାପି ଚୁପ ରହିଥାଏ ସେ ସବୁ ଯାହା ହେଉ ନା କାହିଁକି କିଛି ଦୃନୀତି ରେ ସମ୍ପୃକ୍ତ ଥିବା ଜିଆରଏସ ଙ୍କ ଅଦଳ ବଦଳ ହେବା ପରେ ଘଟଣା ଫାଇଲ ତଳେ ଚାପି ହୋଇ ଯିବ ନାହିଁ ତ ବୋଲି ମଧ୍ୟ ଅନେକ ପ୍ରଶ୍ନ ଉଠୁଛି l କିଛି ମାସ ହେବ ସରପଞ୍ଚ ସଂଘ ପକ୍ଷରୁ ବିଡ଼ିଓ ଙ୍କୁ ଲିଖିତ ଭାବେ ଦାବିପତ୍ର ମଧ୍ୟ ଦେଇଥିଲେ ଏବଂ ଅଦଳ ବଦଳ କରିବାକୁ ଦାବି କରିଥିଲେ ତେଣୁ ଆଜି ଦାବି ଗୁଡିକ ପୂରଣ ହୋଇ ଥିବା ବେଳେ ଅନେକ ଉତ୍ସlହିତ ମଧ୍ୟ କିଛି ସରପଞ୍ଚ ଙ୍କ ମଧ୍ୟରେ ଦେଖା ଦେଇଛି ଫଳରେ ବ୍ଲକ ପ୍ରଶାସନ କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l

ଅନ୍ୟପଟେ କିଛି ଜିଆରଏସ ଭୟରେ ଅନ୍ୟ ପଞ୍ଚାୟତକୁ ଭୟରେ ବଦଳି ନ ହେବା ପାଇଁ ନେତାଙ୍କ ଆଶ୍ରୟ ନେଉ ଥିବା ମଧ୍ୟ ଆଲୋଚନା ହେଉଛି କାରଣ ଅନେକ ଦୃନୀତି ର ଗୁମର ବୋଧେ ଖୋଲି ଯାଇ ପାରେ ସେଥିପାଇଁ ଅନେକ ଚିନ୍ତା ମଧ୍ୟ ଘାରୁ ଥିବା ଜଣାପଡିଛି l ଡିଆରଡିଏ ଚିଠି ନମ୍ବର 392 ଅନୁଯାୟୀ ପ୍ରଦୀପ କୁମାର ମହାକୁର ଙ୍କୁ କରମତଲାରୁ ଟିକ୍ରାପଡା,ପ୍ରବୀନ କୁମାର ପାଣିଗ୍ରାହୀ ଙ୍କୁ ଟିକ୍ରାପଡାରୁ କରମତଲା, ନାରାୟଣ ଗହୀର ଙ୍କୁ ଗଣ୍ଡପତ୍ରାପାଳିରୁ ଭନ୍ଦ୍ରl ଓ ବିବିନା,ବିଶ୍ୱ ମୋହନ ଭୋଇ ଙ୍କୁ କୁଇକେଡ଼ାରୁ ଧରପଗଡ଼,ସୁବାଶିଷ ମିଶ୍ର ଙ୍କୁ ଧରପଗଡ଼ରୁ ଶିଷକେଲା,ସନ୍ଦୀପ ସିଂ ବାବୁ ଙ୍କୁ ଗଣ୍ଡପତ୍ରାପାଳି,ଜିତେନ୍ଦ୍ର ବେହେରା ଙ୍କୁ ଶିଷକେଲା ରୁ କେରମେଲି ଓ କୁଇକେଡ଼ା,ଭରତ ଛତ୍ରିଆ ଙ୍କୁ ବିବିନା ରୁ ବଙ୍ଗୋମୁଣ୍ଡା ବ୍ଲକ,ମନୋଜ କୁମାର ଦାଶ ଙ୍କୁ କେରମେଲି ରୁ ତାଳବାହାଲ,ଅନିଲ ପଟେଲ ଙ୍କୁ ଡେଙ୍ଗ ରୁ ବେଳଗାଁ ଓ ଘୁନସର,ପାଣ୍ଡବ ସାହୁ ଙ୍କୁ ତାଳବାହାଳରୁ ଡୁଙ୍ଗୁରିପାଲି,ଜୟଦେବ ନାଗ ଙ୍କୁ ଭନ୍ଦ୍ରl ରୁ ଡେଙ୍ଗ ପଂଚାୟତ ତ ଅଦଳ ବଦଳ କରାଯାଇ ଥିବା ଜଣାପଡିଛି l

Spread the love