କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଶସ୍ତା ହେବ ମୋବାଇଲ ଫୋନ୍ ସମେତ ଘରୋଇ ଉପକରଣ
ନୂଆଦିଲ୍ଲୀ: କମିବ ଘରୋଇ ଉପକରଣ ସମେତ ବିଭିନ୍ନ ଜିନିଷର ଦାମ। ଆଗକୁ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସାଧାରଣ ଲୋକଙ୍କୁ ଏକ ବଡ ଉପହାର ଦେଇଛି। ସରକାରଙ୍କ ଜିଏସଟି ହାର କମାଇବା ପରେ ଏବେ ମୋବାଇଲ୍ ଫୋନ୍, ଟିଭି, ରେଫ୍ରିଜରେଟର ସମେତ ଅନେକ ଘରୋଇ ଉପକରଣ ଶସ୍ତା ହୋଇଯିବ।
ଅର୍ଥ ମନ୍ତ୍ରଣାଳୟ ଏଭଳି ସାମଗ୍ରୀର ସମ୍ପୂର୍ଣ୍ଣ ତାଲିକା ପ୍ରକାଶ କରିଛି। କୁଲର୍, ଗିଜର ଇତ୍ୟାଦି ଉପରେ ଜିଏସଟି ୩୧.୩ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି।
ମୋବାଇଲ୍ ଫୋନ୍, ଏଲଇଡି ବଲ୍ବ, ଟିଭି, ଘରୋଇ ଉପକରଣରେ ଫ୍ରିଜ୍ ସମେତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଜିଏସଟିରେ ବହୁତ ହ୍ରାସ ଘଟିଛି। ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ ମୋବାଇଲ୍ ଫୋନ୍, ସ୍ମାର୍ଟ ଟିଭି, ଏଲଇଡି ବଲବ, ଫ୍ରିଜ୍, ୟୁପିଏସ୍, ୱାଶିଂ ମେସିନ୍ ଉପରେ ଜିଏସଟି ୩୧.୩ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ସେୟାର କରିଛି।
ଜିଏସଟିର ନୂଆ ହାର ଅନୁଯାୟୀ, ଯଦି ଆପଣ ୨୭ ଇଞ୍ଚ କିମ୍ବା ତା’ଠାରୁ କମ୍ ସାଇଜର ଟିଭି କିଣନ୍ତି, ତେବେ ଆପଣଙ୍କୁ ପୂର୍ବ ତୁଳନାରେ କମ୍ ଦେୟ ଦେବାକୁ ପଡିବ। ଉଲ୍ଲେଖଥାଉ କି, ଅଧିକାଂଶ କମ୍ପାନୀ ଅତି କମରେ ୩୨ ଇଞ୍ଚ କିମ୍ବା ତାଠୁ ବଡ଼ ଟିଭି ପ୍ରସ୍ତୁତ କରନ୍ତି। ୩୨ ଇଞ୍ଚ କିମ୍ବା ଏହାଠୁ ବଡ ଆକାର ଟିଭିରେ କୈଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବ ପରି, ସେମାନଙ୍କ ଉପରେ ୩୧.୩ ପ୍ରତିଶତ ଜିଏସଟି ଲାଗୁ ହେବ।
ମୋବାଇଲ୍ ଫୋନରେ ଜିଏସଟିରେ ସରକାର ଏକ ବଡ଼ କଟକଣା କରିଛନ୍ତି। ପୂର୍ବରୁ ଜିଏସଟି ହାର ୩୧.୩ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୧୨ ପ୍ରତିଶତକୁ ହ୍ରାସ ପାଇଛି। ତେଣୁ ଏବେ ମୋବାଇଲ୍ ଫୋନ୍ ନିର୍ମାତାମାନେ ଦର କମାଇବେ। ମୋଟ ଉପରେ, ଯଦି ଆପଣ ଆଗକୁ ଆସୁଥିବା ପାର୍ବଣ ଋତୁରେ ମୋବାଇଲ୍ ଫୋନ୍ କିଣନ୍ତି, ତେବେ ଦମ୍ କମ୍ ରହିବ।